Home ଓଡ଼ିଶା ମଦ କାରଖାନା ଚଲାଇବା ଅଭିଯୋଗରେ ୩ ଯୁବକ କୋଟ୍‌ର୍ ଚାଲାଣ

ମଦ କାରଖାନା ଚଲାଇବା ଅଭିଯୋଗରେ ୩ ଯୁବକ କୋଟ୍‌ର୍ ଚାଲାଣ

52

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଚୋରା ହାତରନ୍ଧା ଦେଶୀ ମଦ କାରବାରକୁ ନେଇ ପ୍ରଶାସନିକ କ୍ଷେତ୍ରରେ ଘୋର୍ ଉଦ୍ ବେଗ ପ୍ରକାଶ ପାଉଥିଲା । ଯାହାକୁ ନେଇ ରଣପୁର ଥାନା ତରଫରୁ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମପଂଚାୟତ କୋଟପୋଖରୀ ଗ୍ରାମରେ ଚାଲିଥିବା ଚୋରା ହାତରନ୍ଧା ଦେଶୀ ମଦ କାରଖାନା ଚଢାଉ ବେଳେ ପୋଲିସ୍ ଚାଲାଣ କରିଥିବା ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ୍ ଚାଲାଣ କରିଥିବା ଜଣାପଡିଛି ।

ଅଭିଯୁକ୍ତ ମାନେ ହେଲେ ମୁନା ଓରଫ୍ ଜିତେନ୍ଦ୍ର କୁମାର ବେହେରା (୨୫),ଚରଣ ବେହେରା (୪୨), ରବି ଓରଫ୍ ରବିନ୍ଦ୍ର ରଣା(୬୦) । ଏମାନଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ଏ ସଂର୍ପକେ ରଣପୁର ଥାନା ତଦନ୍ତ କରୁଥିବା ସବ୍ ଇନିସ୍ ପେକ୍ଟର୍ ପ୍ରିତି ପ୍ରକାଶ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ୪ ଜଣ ମିଶି ଗତ ବର୍ଷ ଠାରୁ ଲୁଚା ଛପାରେ ଜଙ୍ଗଲ ଭିତରେ ମଦ କାରଖାନା ଚଳାଇ ଆସୁଥିଲେ । ଏମାନଙ୍କୁ କୋର୍ଟ୍ ଚାଲାଣ କରିବା ସହ ଅନ୍ୟତମ ଅଭିଯୁକ୍ତ ମନୋଜ୍ ସାହୁ କୁ ଖୁବ୍ ଶିଘ୍ର ଗିରଫ୍ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.