Home ଜିଲ୍ଲା ପରିକ୍ରମା ସୌରଭ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍

ସୌରଭ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍

37

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତ୍ରବେଳା ସଂପୂର୍ଣ୍ଣ କୃତ୍ରିମ ଆଲୋକ ମଧ୍ୟରେ ଆହାରପଦା ହରିହାଟ ପଡିଆରେ ସୌରଭ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ପାଳିଆବିନ୍ଧା କ୍ରିକେଟ୍ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୧୨୦ ରନ୍ ସଂଗ୍ରହ କରିଥିଲା । ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ସୂର୍ଯ୍ୟଶିକ୍ଷା ପଡିଆକୁ ଆସିଥିଲା । ମାତ୍ର ପ୍ରାରମ୍ଭିକ ଯୋଡି ବିଫଳ ହୋଇଥିଲେ । ମଧ୍ୟଭାଗରେ ବଣ୍ଟିଙ୍କର ଅତି ଚମତ୍କାର ବ୍ୟାଟିଂ ବଳରେ ସୂର୍ଯ୍ୟଶିଖା ୧୯ ଓଭରରେ ବିଜୟ ହାସଲ କରିଥିଲା । ଫାଇନାଲ ଖେଳର ମୁଖ୍ୟ ଅତିଥି ସମାଜସେବୀ ସୀତାଂଶୁ ଶେଖର ମହାପାତ୍ର ଖେଳାଳୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ଭଟ୍ଟାଚାର୍ଯ୍ୟ ଧାରା ବିବରଣୀ ପାଠ କରିଥିବାବେଳେ ଟୁଟୁ ଚକ୍ରବର୍ତ୍ତୀ ମଂଚ ଉପରୁ ଖେଳାଳିମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୃତ୍ୟୁଞ୍ଜୟ ଚକ୍ରବର୍ତ୍ତୀ ଏବଂ ଅରବିନ୍ଦ ଦୀକ୍ଷିତ ଖେଳକୁ ପରିଚାଳନାହ କରିଥିବାବେଳେ ଇଂରାଜୀ ଅଧ୍ୟାପକ ସଂଜୟ ମଜୁମଦାସ ଇଂରାଜୀ ଓ ହିନ୍ଦୀରେ ଧାରା ବିବରଣୀ ପ୍ରଦାନ କରିଥିଲେ । ତାରାକିଂକର ଚକ୍ରବର୍ତ୍ତୀ ଏବଂ ତୃପତ୍ତି ରଂଜନ ଭଟ୍ଟାଚାର୍ଯ୍ୟ ଫାଇନାଲ ଖେଳର ସ୍କୋରର ଭାବରେ ସୂର୍ଯ୍ୟଶିଖା ଦଳର ବଣ୍ଟିକୁ ମ୍ୟାନ୍ ଅପ୍ ଦି ମ୍ୟାଚ୍ ଏବଂ ରିଙ୍କୁଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଘୋଷଣା କରିଥିଲେ । ପ୍ରାୟ ରାତ୍ର ୧୨ଟା ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଦର୍ଶକ ଖେଳକୁ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.