Home ଜିଲ୍ଲା ପରିକ୍ରମା କ୍ରୀଷ୍ଣ ମହାସଂଘ ଆନୁକୂଲ୍ୟରେ ‘ପୁଷ୍ଟି ମହୋତ୍ସବ’ ପାଳିତ

କ୍ରୀଷ୍ଣ ମହାସଂଘ ଆନୁକୂଲ୍ୟରେ ‘ପୁଷ୍ଟି ମହୋତ୍ସବ’ ପାଳିତ

26

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ ବଡଓସ୍ତିଆ ପଂଚାୟତର ଅଗ୍ରଣୀ ମହିଳା ସଂଗଠନ କ୍ରୀଷ୍ଣା ମହାସଂଘର ଗୋପାଳପୁର ଆଞ୍ଚଳିକ ମଂଚ ଆନୁକୂଲ୍ୟରେ ‘ପୁଷ୍ଟି ମହୋତ୍ସବ ବାବା ଗୋପାଳେଶ୍ୱର ମନ୍ଦିର ପ୍ରାଙ୍ଗଣେ ରଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଭାଗବତ, ମା’ ଝାଡେଶ୍ୱରୀ, ମା’ ମଙ୍ଗଳା, ଜୟ ହନୁମାନ, ମା’ ତାରିଣୀ, ବାବା ଗୋପାଳଶ୍ୱେର ଶକ୍ତି, ଜୟ ମା’ କାଳୀ, ଝାନସୀବାଈ, ମାତୃଶକ୍ତି ଓ ଶ୍ରୀ ଜଗନ୍ନାଥ ପ୍ରମୁଖ ୧୦ ଗୋଟି ମହିଳା ମଣ୍ଡଳ ଅଂଶଗ୍ରହଣ କରି ସେମାନଙ୍କର ପରିବା ଷ୍ଟଲ୍ ଓ ରଙ୍ଗୋଲି ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ବିଭାସ ଶଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାରୀନେତ୍ରୀ ଜ୍ୟୋସ୍ନାରାଣୀ ନାୟକ, ମୁଖ୍ୟବକ୍ତା ଭାବେ ଚାନ୍ଦବାଲିର ସହକାରୀ କୃଷି ଅଧିକାରୀ ଚୌଧୁରୀ ଜେନା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଦୀପ କୁମାର ସାହୁ, ବରିଷ୍ଠ ଶିକ୍ଷକ ସୁରଥ କୁମାର ସେଠୀ, ସମାଜସେବୀ ଦିଗମ୍ବର ସାହୁ, ଯୁବ ସଂଗଠକ ରତିକାନ୍ତ ସାହୁ ପ୍ରମୁଖ ଅଂଶଗ୍ରହଣ କରି ଅପପୁଷ୍ଟିର କୁପ୍ରଭାବ ଓ ସବୁଜ ପରିବାର ଉପାଦେୟତା ସଂପର୍କରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିôଥଲେ । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ବିଏଲ୍‌ସି ମାନସୀ ସେଠୀ, ରଂଜୁଲତା ବେହେରା, ଏମ୍‌ବିକେ ଦୀପ୍ତିରେଖା ଓଝା, ଯୁବନେତା ଚକ୍ରଧର ତାଡୁ, ବିଶିଷ୍ଟ ବ୍ୟବସାୟୀ ଭୀମସେନ ଦାସ, ଅଙ୍ଗନୱାଡି କର୍ମୀ ସୁବାସିନୀ ବାରିକ, ପ୍ରମିଳା ସାହୁ, ଆଶାକର୍ମୀ ସାବିତ୍ରୀ ନାୟକ ପ୍ରମୁଖ ନିଜ ନିଜର ମତ ରଖିଥିଲେ । ପ୍ରାରମ୍ଭରେ ଗୋଷ୍ଠୀ ସହାୟିକା ଗୀତାଞ୍ଜଳି ରାଉଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ମହିଳା ମଣ୍ଡଳର ସଭ୍ୟାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବାବା ଗୋପାଳେଶ୍ୱର ଶକ୍ତି ମହିଳା ମଣ୍ଡଳର ସଂପାଦିକା ନମିତା ଦାସ ଧନ୍ୟବାଦ ଅର୍ପଣ ପରେ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.