Home କେନ୍ଦୁଝର ସୋସୋ ନୋଡାଲ ସ୍କୁଲରେ ପାଠାଗାର ସ୍ଥାପନ

ସୋସୋ ନୋଡାଲ ସ୍କୁଲରେ ପାଠାଗାର ସ୍ଥାପନ

68

ହାଟଡ଼ିହି, ୮/ ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସୋସୋ ନୋଡାଲ ଉପ୍ରା ବିଦ୍ୟାଳୟରେ ଆସପାୟାର ପକ୍ଷରୁ ଏକ ପାଠାଗାର ସ୍ଥାପନ କରାଯାଇଛି । କୃପାସିନ୍ଧୁ ସିଂ ଓ ଦିବାକର ଦାସ ଓ ସୁମିତ ସୁବାଶିଷ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନଶିକ୍ଷକ ହରମୋହନ ପଣ୍ଡା, ମୁଖ୍ୟବକ୍ତା ଭାବେ ସିଆରସିସି ବୁଦ୍ଧଦେବ ରାଉତ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ପାଠାଗାରର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପାଠାଗାର ସ୍ଥାପନ ଦ୍ୱାରା ଛାତ୍ରଛାତ୍ରୀମାନ ବିଭିନ୍ନ ପ୍ରକାର ପାଠ୍ୟପୁସ୍ତକ, ଆତ୍ମଜିବନୀ ବହି ଗୁଡିକ ପଢ଼ି ସେମାନଙ୍କ ଗୁଣାତ୍ମକ ବିକାଶ ହେବାସହ ତାହାର ସଦୁପଯୋଗ କରିପାରିବେ ବୋଲି କହିଥିଲେ । ଏଥିରେ ଆସପାୟାର ସହଯୋଗୀ ସୁଶାନ୍ତ କୁମାର ବଳ, ଅଜୟ କୁମାର ଭୁତିଆ, ଅବିନାଶ ଆୟଚ, ମଞ୍ଜୁଲତା ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.