Home କେନ୍ଦୁଝର ସୋସୋରେ ଟେନିସବଲ କ୍ରିକେଟ ଉଦଘାଟିତ

ସୋସୋରେ ଟେନିସବଲ କ୍ରିକେଟ ଉଦଘାଟିତ

38

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଗାନ୍ଧୀ ଯୁବକ ସଂଘ ସୋସୋ ପକ୍ଷରୁ ୪ର୍ଥ ବାର୍ଷିକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଦେଶକ ବିନୋଦ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉସଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ଯୁବକ ସଂଘର ସଭାପତି ଶ୍ରୀମନ୍ତ କୁମାର ରାଉତ, ଗାନ୍ଧୀ ଯୁବକସଂଘର କୋଚ ନୟନ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ ପାଣିଛତ୍ର କ୍ରିକେଟ ଟିମ ଓ ଆଗରପଡା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପାଣିଛତ୍ର ଆଗରପଡାକୁ ୧୧ରନରେ ପରାସ୍ତ କରିଥିଲା । ସତ୍ୟଜିତ ମାଝି ଓ ଲିଟନ ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସଫିକ ଖାନ, ସୋନୁ ପହି ଓ କୈଳାଶ ପତି ଖେଳର ଧାରାବୀବରଣୀ ପ୍ରଦାନ କରିଥିଲେ । ଜତିନ ପଟେଲ, ବିଜୁ ପତି, ପପୁ ରାଉତ, ସିମ୍ପୁଲ ରାଉତ, ଚିକୁ ବଳ, ନିରୋଦ ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.