Home କେନ୍ଦୁଝର ତେଲସିଙ୍ଗାରେ ୬ବଖରା ଘର ପୋଡିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

ତେଲସିଙ୍ଗାରେ ୬ବଖରା ଘର ପୋଡିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

12

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତର ତେଲସିଙ୍ଗା ଗ୍ରାମରେ ୬ବଖରା ଘର ପୋଡି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତିରେ ପରିବାରର ସମସ୍ତ ଲୋକମାନେ ଶୋଇଥିବା ସମୟରେ ଗ୍ରାମର କୃଷ୍ଣ ଜେନା ଓ ଗୁନ ଜେନାଙ୍କ ଘରେ ଅକସ୍ମାତ ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକେ ନିଜ ନିଜ ଜୀବନ ବଞ୍ଚାଇବାକୁ ବାହାରକୁ ବାହାରି ଆସିଥିବାବେଳେ ଘରେ ଥିବା ଉଭୟ ପରିବାରର ଘରେ ଥିବା ସମସ୍ତ ଧାନ, ଚାଉଳ, ସୁନାରୁପା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ଭଷ୍ମୀଭୁତ ହୋଇଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୁତ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.