Home କୋରାପୁଟ ସୋମବାର ଦିନ କୋରାପୁଟ ଜିଲ୍ଲାର ୬୯ ଟି କେନ୍ଦ୍ରରେ ୧୬୫୮୧ ଜଣ କୋଭିଡ ଟୀକା ନେଲେ

ସୋମବାର ଦିନ କୋରାପୁଟ ଜିଲ୍ଲାର ୬୯ ଟି କେନ୍ଦ୍ରରେ ୧୬୫୮୧ ଜଣ କୋଭିଡ ଟୀକା ନେଲେ

45

କୋରାପୁଟ ୦୫-୦୭(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ କୋଭିଡା ଟୀକା ପହଂଚିବା ପରେ ସୋମବାର ଦିନ ଜିଲ୍ଲାର ୬୯ ଟି କେନ୍ଦ୍ରରେ ଟୀକାକରଣ କରାଯାଇଥିଲା ।୬୯ ଟି କେନ୍ଦ୍ରରେ ସମୁଦାୟ ୧୬୫୮୧ ଜଣ ଟୀକା ନେଇଥିବା ଜଣାପଡିଛି ।କୋରାପୁଟ ସହରର ଏସଏଲଏନ ଏମସିଏଚ କେନ୍ଦ୍ରରେ ୩୮୨ ଓ ଗାନ୍ଧିନଗର ୟୁପିଏଚସି କେନ୍ଦ୍ରରେ ୨୪୬ ଜଣ ଟୀକା ନେଇଥିଲେ ବୋଲି ଜଣାପଡିଛି ।ଜୟପୁର ସହରର ୩ ଟି କେନ୍ଦ୍ରରେ ୯୯୭ ,ସୁନାବେଡା ସହରର ଗୋଟିଏ କେନ୍ଦ୍ରରେ ୫୫୦ ଓ କୋଟପାଡ ସହରର ୩ ଟି କେନ୍ଦ୍ରରେ ୬୬୦ ଜଣ ଟୀକା ନେଇଥିବା ଜଣାପଡିଛି ।ସେହିପରି ଗ୍ରାମାଂଚଳରେ ମଧ୍ୟ ଟୀକାକରଣ କେନ୍ଦ୍ରରେ  ୧ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଲୋକମାନେ ଆସି ଟୀକା ନେଇଥିବା ଜଣାପଡିଛି ।ଲକ୍ଷ୍ମିପୁର ବ୍ଲକର ୮ ଟି କେନ୍ଦ୍ରରେ ୧୭୬୦ ଜଣ ଟୀକା ନେଇଥିବା ବେଲେ ବୈପାରୀଗୁଡା ବ୍ଲକର ୬ ଟି କେନ୍ଦ୍ରରେ ୧୫୦୦ ,ରାବଣାଗୁଡାର ୬ ଟି କେନ୍ଦ୍ରରେ ୧୪୪୫  ,କୁନ୍ଦୁଲି ର ୩ ଟି କେନ୍ଦ୍ରରେ ୧୦୪୧ଓ ପଟ୍ଟାଙ୍ଗୀ ବ୍ଲକର ୩ ଟି କେନ୍ଦ୍ରରେ ୧୨୯୨ ଜଣ ଟୀକା ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.