Home କେନ୍ଦୁଝର ମରୈଗାଁ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ,ପାର୍କ ନାମରେ ୫ଲକ୍ଷ ହଡପ

ମରୈଗାଁ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ,ପାର୍କ ନାମରେ ୫ଲକ୍ଷ ହଡପ

41

ହାଟଡ଼ିହି,୫ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ କାର୍ଯ୍ୟରେ ଅଳ୍ପ ଅନୁଦାନ ଖର୍ଚ୍ଚ କରାଯାଇ ଅଧିକ ଅନୁଦାନ ଉଠାଯାଇଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାର୍କ ନାମରେ ୫ଲକ୍ଷ ଟଙ୍କା ହଡପ ହୋଇଥିବା ଗ୍ରାମବାସୀମାନେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତିି ।
ଅଭିଯୋଗ ପାଇବାପରେ ଆଜି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏହାର ସତ୍ୟତା ଉପରେ ଅନୁଧ୍ୟାନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନ୍ରନ ସଂସ୍ଥାର ଜଣେ ଅଧିକାରୀ ଏହାର ଅନୁଧ୍ୟାନ କରିବାକୁ ଆସିଥିବାବେଳେ ଗ୍ରାମବାସୀମାନେ ତାଙ୍କ ନିକଟରେ ପଞ୍ଚାୟତ ଦୁର୍ନୀତିର ଅନେକ ଅଭିଯୋଗ ସବୁ ବଖାଣିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତ ଅଫିସ ସମ୍ମୁଖରେ ଆନନ୍ଦପୁର-ଭଦ୍ରକ ରାସ୍ତାପାଖ ନୟନଜୋରୀକୁ ପୋତାଯାଇ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପଞ୍ଚାୟତ ସମ୍ନା ଜମିର ଉନ୍ନତି କରଣ ଓ ପାର୍କ ନିର୍ମାଣ ନାମରେ ଯାହାର କୋର୍ଡ ନଂ-୧୦୪୨୭୪୨୨ ଓ ୨୪/୬/୨୦୨୦ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ମେସିନି ସାହାଯ୍ୟରେ କାମ କରାଯାଇଥିବାବେଳେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇ ନାହିଁ । ଏହାର କିଛିଦିନ ପରେ ସେହି ସମାନ ସ୍ଥାନରେ ମରୈଗାଁ ବଜାର ପରିତ୍ୟକ୍ତ ଯାଗାର ଉନ୍ନତି କରଣ ନାମରେ ଆହୁରି ୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୨୦/୭/୨୦୨୦ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦୁଇଟିଯାକ ପ୍ରକଳ୍ପର ଅନୁଦାନ ବିଲ୍ କରି ଅର୍ଥ ଉଠାସରିଥିବାବେଳେ ଏଠାରେ ପାର୍କର ଚିହ୍ନବର୍ଣ୍ଣ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ନୟନଜୋରୀକୁ ପୋତିବା ପାଇଁ କିଏ ଅନୁମତି ଦେଲା ଓ କିପରି ସରକାରୀ ଅନୁଦାନ ଖର୍ଚ୍ଚ କରାଗଲା ତାହା ତଦନ୍ତ କରାଯିବା ଦରକାର ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ନନ୍ଦିପଦା ଥାନା ପଛପାଖ ସ୍ଥାନର ଉନ୍ନତି କରଣ ନାମରେ ୭ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି, ଯାହାର କୋର୍ଡନଂ-୧୦୪୫୬୭୮୬ ଓ । ସେହିପରି ମରୈଗାଁ ପ୍ରାଥମିକ ବିଦ୍ୟାଳୟ ଠାରୁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ୮ଲକ୍ଷ, ରାଜ୍ୟ ରାପଥଠାରୁ ପଶୁଚିକିତ୍ସାଳୟ ପର୍ଯ୍ୟନ୍ତ ଆଉ ଏକ ରାସ୍ତା ନାମରେ ୫ଲକ୍ଷ. ପମ୍ପ ହାଉସ ସାମ୍ନା ପରିତ୍ୟକ୍ତ ସ୍ଥାନ ଜମିର ଉନ୍ନତି କରଣ ୫ଲକ୍ଷ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି । ସେହିପରି ପଞ୍ଚାୟତରେ ହୋଇଥିବା ଅନେକ କାମ ଠିକ ଭାବରେ ହୋଇ ନାହିଁ । କମ ପରିମାଣର କାମ କରାଯାଇ ଲକ୍ଷଲକ୍ଷ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ମରୈଗାଁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ଭିଜିଲାନସ ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେପରି କିଛି ଅନିୟମିତତା ହୋଇଥିବା ମୋ ନଜରରେ ନାହିଁ । ପଞ୍ଚାୟତ ଅଫିସ ସମ୍ମୁଖରେ ଯେଉଁ ଦୁଇଟି ପ୍ରକଳ୍ପ କାର୍ଯ୍ୟ ହୋଇଛି ସେଥିରେ ଗୋଟିଏ ପାର୍କ ନିର୍ମାଣ ହେବାକୁ ଥିଲେବି ଖାଲ ପୋତିବାରେ ସମସ୍ତ ଟଙ୍କା ସରିଯିବାରୁ ପାର୍କ ନିର୍ମାଣ ସମ୍ଭବ ହୋଇପାରିଲାନି ବୋଲି କହିଛନ୍ତି । ସେହିପରି ପଞ୍ଚାୟତର ଜିଆରଏସ ରଞ୍ଜନ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଲୋକମାନେ ଅଭିଯୋଗ କରିବେ ଆମେ କଣ କରିପାରିବୁ ବୋଲି କହିବା ସହ ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.