Home କୋରାପୁଟ                    ସୋମବାର କୋରାପୁଟ ଜିଲ୍ଲାରେ ୬୮ କରୋନା ପଜିଟିଭ ,୩ ମୃତ

                   ସୋମବାର କୋରାପୁଟ ଜିଲ୍ଲାରେ ୬୮ କରୋନା ପଜିଟିଭ ,୩ ମୃତ

36

କୋରାପୁଟ ୨୧-୦୬(ଓଡିଆ ପୁଅ /ରଂଜନ ଦାସ)ସୋମବାର କୋରାପୁଟ ଜିଲ୍ଲାରେ  ୩୪ଜଣ ମହିଳାଙ୍କ ସମେତ  ୬୮ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୪୪୯ରେ ପହଂଚିଛି ।   ସୋମବାର ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା  ୫୪ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୦,  ଜୟପୁର ପୌରାଂଚଳରୁ ୧୬ , ସୁନାବେଡା ପୌରାଂଚଳରୁ  ୭ ଓ କୋଟପାଡ ଏନଏସିରେ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ବୋରିଗୁମ୍ମା,ଦଶମନ୍ତପୁର,କୋଟପାଡ ଏବଂ ପଟ୍ଟାଙ୍ଗୀ  ବ୍ଲକରେ  ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି ।  ସେହିପରି ବୈପାରିଗୁଡା  ବ୍ଲକରୁ ୬, ବନ୍ଧୁଗାଁ ବ୍ଲକରୁ ୨,ଜୟପୁର ବ୍ଲକରୁ ୪ ଓ କୋରାପୁଟ ବ୍ଲକରୁ ୨  ଜଣ  ଚିହ୍ନଟ ହୋଇଥିବାବେଳେ କୁନ୍ଦୁରାରୁ ୨,ଲମତାପୁଟରୁ ୫, ଲକ୍ଷ୍ମୀପୁର ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୨,  ନାରାୟଣପାଟଣା ବ୍ଲକରୁ ୬, ଏବଂ  ସେମିଲିଗୁଡା ବ୍ଲକରୁ ୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୦  ତାରିଖ ସୁଦ୍ଧା ୩ ଲକ୍ଷ  ୨୨ ହଜାର ୫୩୧  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୧  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୫୩୪  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୬୧ ଟି ସକ୍ରୀୟ କେସ  ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.