କୋରାପୁଟ ୨୧-୦୬(ଓଡିଆ ପୁଅ /ରଂଜନ ଦାସ)ସୋମବାର କୋରାପୁଟ ଜିଲ୍ଲାରେ ୩୪ଜଣ ମହିଳାଙ୍କ ସମେତ ୬୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୪୯ରେ ପହଂଚିଛି । ସୋମବାର ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୫୪ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୦, ଜୟପୁର ପୌରାଂଚଳରୁ ୧୬ , ସୁନାବେଡା ପୌରାଂଚଳରୁ ୭ ଓ କୋଟପାଡ ଏନଏସିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ବୋରିଗୁମ୍ମା,ଦଶମନ୍ତପୁର,କୋଟପାଡ ଏବଂ ପଟ୍ଟାଙ୍ଗୀ ବ୍ଲକରେ ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି । ସେହିପରି ବୈପାରିଗୁଡା ବ୍ଲକରୁ ୬, ବନ୍ଧୁଗାଁ ବ୍ଲକରୁ ୨,ଜୟପୁର ବ୍ଲକରୁ ୪ ଓ କୋରାପୁଟ ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରାରୁ ୨,ଲମତାପୁଟରୁ ୫, ଲକ୍ଷ୍ମୀପୁର ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୨, ନାରାୟଣପାଟଣା ବ୍ଲକରୁ ୬, ଏବଂ ସେମିଲିଗୁଡା ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୦ ତାରିଖ ସୁଦ୍ଧା ୩ ଲକ୍ଷ ୨୨ ହଜାର ୫୩୧ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୧ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୬୫୩୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୬୧ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।