Home ଓଡ଼ିଶା ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ’ ଇଣ୍ତିଆନ ଆଇଡଲ୍‌ର ଟପ-୧୫ରେ ଓଡିଆ ଝିଅ ଚେଲ୍‌ସି

ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ’ ଇଣ୍ତିଆନ ଆଇଡଲ୍‌ର ଟପ-୧୫ରେ ଓଡିଆ ଝିଅ ଚେଲ୍‌ସି

294

ଭୁବନେଶ୍ୱର/କଟକ୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଶିଖରପୁର ନଦୀକୂଳ ସାହିର ଛୋଟ ପିଲା ଅବସ୍ଥାରେ ବାପା ସୁଧାଂଶୁ ବେହୁରାଙ୍କୁ ହରାଇ ନ଼ିଜର ଲକ୍ଷ ଚ୍ୟୁତ ହୋଇପଡିଥିବା ଝିଅ ଚେଲ୍‌ସି ମା’ ରେଖାଙ୍କୁ ଜୀବନର ସର୍ବସ୍ୱ ଭାବି ନେଇଥିବା କୋମଳ ମତି ଶିଶୁ କନ୍ୟାଟି ଆଜି ସାରା ଦେଶରେ ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ’ ଇଣ୍ତିଆନ ଆଇଡଲ୍‌ର ଟପ-୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇ ସଙ୍ଗୀତ ପ୍ରେମି ଓ ସଙ୍ଗୀତ ନିର୍ଦେଶକଙ୍କର ପ୍ରିୟପାତ୍ର ହେବା ଆମ ରାଜ୍ୟ ପାଇଁ ଗୈାରବର ବିଷୟ ହୋଇଛି ।

ଚେଲ୍‌ସି ଏହି ପ୍ରତିଯୋଗିତାରେ ‘ଗୋଲଡ଼େନ୍ ଟିକେଟ ଓ ମାଇକ’ ସହ ଟପ୍-୧୫ରେ ପ୍ରବେଶ କରିଛନ୍ତି। ପିଲାଟି ଦିନରୁ ସଙ୍ଗୀତରେ ରୁଚି ରଖିଥିବା ୧୪ ବର୍ଷୀୟ ଏହି କଣ୍ଠଶିଳ୍ପୀ ଥିଏଟର ରାଉଣ୍ତରେ ଦମଦାର ପ୍ରଦର୍ଶନ କରିବା ସହ ସୋ’ର ଟପ-୧୫ରେ ପ୍ରବେଶ କରିଛନ୍ତି। ସେ ପ୍ରଥମେ ଅଡିସନ ରାଉଣ୍ତରେ ‘ମେ ପରେସାନ’ ଗୀତ ଗାଇ ‘ଗୋଲଡ଼େନ ଟିକେଟ’ ପାଇ ଥିଏ‌ଟର ରାଉଣ୍ତ ପାଇଁ ଚୟନ ହୋଇଥିଲେ। ପରେ ଥିଏଟର ରାଉଣ୍ତରେ ‘ଓଫୋ’ ଗୀତ ଗାଇ ସେ ଟପ-୧୫କୁ ପ୍ରବେଶ କରିଛନ୍ତି। ସୋ’ରେ ବିଚାରକ ଥିବା ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦ୍‌ଲାନୀ ଚେଲ୍‌ସିଙ୍କ ଗୀତକୁ ବେଶ ପସନ୍ଦ କରୁଛନ୍ତି। ଏହା ପୂର୍ବରୁ ସେ ଇଣ୍ତିଆନ ଆଇଡଲ ଜୁନିୟର, ରାଇଜିଙ୍ଗ ଷ୍ଟାର, ସାର୍ଥକ ଟିଭିରେ ପ୍ରସାରିତ ସାରେଗାମାପା ସିଜନ-୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ରଖିଛନ୍ତି। ବଲିଉଡ୍ ଓ ୱେଷ୍ଟର୍ଣ୍ଣ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ। ପାଠପଢ଼ା ଯୋଗୁଁ ଦିନକୁ ମାତ୍ର ୨ ଘଣ୍ଟା ଅଭ୍ୟାସ କରେ। ଟପ-୧୫ରେ ପ୍ରବେଶ କରିବା ପରେ ଆହୁରି ଅଧିକ ସମୟ ଦେଇ ନିଜକୁ ପ୍ରସ୍ତୁତ କରୁଛି। ବଲିଉଡ୍ ପ୍ଲେ ବ୍ୟାକ ସିଙ୍ଗର ହେବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଚେଲ୍‌ସି।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.