Home ଓଡ଼ିଶା ସେବାୟତଙ୍କର ଦୁଇ ଥର କୋଭିଡ୍ ପରୀକ୍ଷା କରାଯିବ

ସେବାୟତଙ୍କର ଦୁଇ ଥର କୋଭିଡ୍ ପରୀକ୍ଷା କରାଯିବ

64

ପୁରୀ, ୨୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଘୋଷଯାତ୍ରା ରେ ସାମିଲ ହୋଇଥିବା ଅଢେଇ ଗଜାର ସେବାୟତ ଙ୍କର କୋଭିଡ୍ ଟେଷ୍ଟ କରାଯିବ। ଆଜି ଏଠାରେ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ବୈଠକ ରେ ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ରଥଯାତ୍ରା ରେ ସାମିଲ ହୋଇଥିବା ୨୫୦୦ ସେବାୟତ ଙ୍କର ୨ ଥର କୋଭିଡ୍ ଟେଷ୍ଟ କରାଯିବ। ଏହି କୋଭିଡ୍ ପରୀକ୍ଷା ୨ ଟି ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା କାଲି ଠାରୁ ପରୀକ୍ଷା ଆରମ୍ଭ କରାଯିବ। ୨୮ ତାରିଖ ଦକ୍ଷିଣ ମୋଡ ପୂର୍ବରୁ ସେବାୟତ ପୁଲିସ୍ ସଫେଇ କର୍ମଚାରୀ ଓ ଶ୍ରୀ ମନ୍ଦିର କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ଯେଉଁମାନଙ୍କର ନେଗେଟିଭ୍ ବାହାରିବ ସେମାନେ ରଥଯାତ୍ରା ରେ ସାମିଲ ହେବେ। ଘୋଷଯାତ୍ରା ରେ ସାମିଲ ହୋଇଥିବା ସେବାୟତ ମାନଙ୍କର, ପୁଲିସ, ଶ୍ରୀ ମନ୍ଦିର ପ୍ରଶାସନ ର ସମସ୍ତ ଅଧିକାରୀ, କର୍ମଚାରୀ, ପୌରସଂସ୍ଥା ର କର୍ମଚାରୀ, ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀ ଯେଉଁମାନେ ବଡଦାଣ୍ଡରେ ରଥଯାତ୍ରା ରେ ଡିଉଟି କରୁଥିଲେ ସମସ୍ତିଙ୍କର ଏହି କୋଭିଡ୍ ଟେଷ୍ଟ କରାଯିବ। ସେବାୟତ ମାନଙ୍କର ପରିବାର ଙ୍କୁ ସଚେତନ କରିବା ପାଇଁ ୨ ଟି ଟିମ୍ ଗଠନ କରାଯାଇ ସେମାନଙ୍କୁ ସଚେତନ କରାଯିବ। ପୁରୀ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବ ଓ ବଡଦାଣ୍ଡକୁ ସଂଯୋଗ କରୁଥିବା ପାଖାପାଖି ଗଳି ଗୁଡିକୁ ମଧ୍ୟ ସାନିଟାଇଜ୍ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆଜି ର ଏହି ବୈଠକରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଓ ଉନ୍ନୟନ କମିଶନର ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପାଂଚ ହଜାର ମାସ୍କ ତିଆରି ପାଇଁ ବୟନିକା କୁ କୁହାଯାଇଛି। ପ୍ରତ୍ୟେକ ସେବାୟତ ଙ୍କୁ ୨ ଟି ଲେଖାଏଁ ମାସ୍କ ଦିଆଯିବ। ସେବାୟତ ଙ୍କ ପାଇଁ ହେଲ୍‌ଥସେଂଟର ଖୋଲାଯିବ। ସେଥିରେ ମେଡିକାଲ କର୍ମଚାରୀ ରହିବେ। ରାଜ୍ୟ ସରକାର ସେଥିପାଇଁ ଡାକ୍ତର, ମେଡିକାଲ କର୍ମଚାରୀ ଓ ମେଡିସିନ ଯୋଗାଇଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.