Home କେନ୍ଦ୍ରାପଡ଼ା ବଳଦେବ ସଂସ୍କୃତି ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଉନ୍ମୋଚିତ

ବଳଦେବ ସଂସ୍କୃତି ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଉନ୍ମୋଚିତ

85

କେନ୍ଦ୍ରାପଡା ୨୪/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ସଂସ୍କୃତି ଉପରେ ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଆଜି ଶ୍ରୀଜୀଉଙ୍କ ରଥଦାଣ୍ଡରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଉପଜିଲ୍ଲାପାଳ ତଥା ଶ୍ରୀବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ “ଶ୍ରୀତାଳଧ୍ୱଜ” ପତ୍ରିକାଟିକୁ ଉନ୍ମୋଚନ କରିଥିଲେ। ଏହି ପତ୍ରିକାଟି ଗତ ୩ବର୍ଷଧରି ନିୟମିତ ଭାବେ ଶ୍ରୀଗୁଣ୍ଡିଚା ଅବସରରେ ପ୍ରକାଶିତ ହୋଇଆସୁଛି। ବଳଦେବ ସଂସ୍କୃତି ଶ୍ରୀ ଜଗନ୍ନାଥ ସଂସ୍କୃତିର ପରିପୁରକ ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ଉଚ୍ଚତର ପରମ୍ପରା ରହିଛି। ବଳଦେବ ସଂସ୍କୃତିକୁ ସ୍ୱତନ୍ତ୍ର ଭାବେ ପ୍ରଚାରପ୍ରସାର କରାଇବା ପାଇଁ ଏହି ପତ୍ରିକା ତାର ପ୍ରୟାସ ଜାରିରଖିଛି। ଚଳିତସଂଖ୍ୟାରେ ପ୍ରାୟ ୧୮ଟି ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହୋଇଛି। ଏହି ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ପତ୍ରିକାର ସମ୍ପାଦକ ସରୋଜ କୁମାର ମହାନ୍ତି, ବିଶିଷ୍ଟ ଶିକ୍ଷାବୀତ ଭୂବନମୋହନ ଜେନା, ପ୍ରମେୟ ନ୍ୟୁଜ ବ୍ୟୁରର ଭୁବନେଶ୍ୱର ପ୍ରତିନିଧି ଦେବେନ୍ଦ୍ର ସୁଆର, ପତ୍ରିକାର ସହ-ସମ୍ପାଦକ ଆଇନଜୀବି ବଳରାମ ସାହୁ, ବିଶିଷ୍ଟ ସଂସ୍କୃତ ପଣ୍ଡିତ ହୃଷିକେଶ ପଣ୍ଡାଙ୍କ ସମେତ ଶ୍ରୀଜୀଉଙ୍କ ବହୁ ସେବାୟତ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.