Home Top News ସେନା ଯବାନଙ୍କୁ ସଲାମ୍! ମା’ ଫୋନରେ ଗପୁଛନ୍ତି, ଚଢିଯାଇଥାନ୍ତା କୁନି ଶିଶୁ ଉପରେ କାର, ଏମିତି...

ସେନା ଯବାନଙ୍କୁ ସଲାମ୍! ମା’ ଫୋନରେ ଗପୁଛନ୍ତି, ଚଢିଯାଇଥାନ୍ତା କୁନି ଶିଶୁ ଉପରେ କାର, ଏମିତି ବଞ୍ଚେଇଲେ ଯବାନ, ଦେଖନ୍ତୁ ଭିଡ଼ିଓ

83

ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ମୋବାଇଲ ଫୋନ ଏବେ ସମସ୍ତଙ୍କୁ ଅନ୍ୟମନସ୍କ କରିସାରିଲାଣି। ଏକଥା ପ୍ରାୟ ସମସ୍ତେ ଅନୁଭବ କରିପାରୁଥିବେ। ଏପରିକି ଏହି କାରଣରୁ ଅନେକ ଦୁର୍ଘଟଣା ଘଟୁଛି। ଅନେକ ଲୋକଙ୍କର ଅନ୍ୟମନସ୍କତା କାରଣରୁ ପ୍ରାଣ ଚାଲିଯାଉଛି। କେତେକ ସମୟରେ ଆପଣମାନେ ଦେଖୁଖିବେ ମୋବାଇଲରେ ଭିଡ଼ିଓ ଦେଖିଦେଖି କିଛି ଯୁବକ କାନରେ ସ୍ପିକର ଫୋନ ଲଗାଇବା କାରଣରୁ ଟ୍ରେନ କିମ୍ବା ବସ୍ କିମ୍ବା ଟ୍ରକ ଆସୁଥିବାର ଜାଣିପାରନ୍ତି ନାହିଁ ଏବଂ ସେମାନଙ୍କ ଉପରେ ଟ୍ରେନ ଚଢ଼ିଯାଉଥିବାର ଖବର ଶୁଣିଥିବେ କିମ୍ବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିଥିବେ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଭଡ଼ିଓ ସାମନାକୁ ଆସିଛି ଆପଣ ଦେଖିପାରିବେ। ଜଣେ ମା’ ତା’ର ଶିଶୁକୁ ସ୍କୁଲ ଛାଡ଼ିବା କିମ୍ବା ସ୍କୁଲରୁ ଆସିବା ପରେ ଏକ ରାସ୍ତା କଡ଼ରେ ଠିଆ ହୋଇ ଫୋନରେ ଗପୁଛନ୍ତି। ଇତି ମଧ୍ୟରେ ଶିଶୁଟି ରାସ୍ତାମଝିକୁ ଚାଲିଆସୁଛି। ମା’ ଜଣକଙ୍କର ଶିଶୁ ପ୍ରତି ଧ୍ୟାନ ନାହିଁ ଏବଂ ଫୋନରେ କଥାବାର୍ତ୍ତା ହେଉଛନ୍ତି। ଭଗବାନଙ୍କର ଇଚ୍ଛା। ସେହି ସମୟରେ ଜଣେ ସେନା ଯବାନ ସେଠାକୁ ତୁରନ୍ତ ଆସି ଶିଶୁକୁ ଉଠାଇ ନେଉଛନ୍ତି। ତେବେ ମଧ୍ୟ ମା’ଙ୍କୁ ଏ ବିଷୟରେ ଜଣାପଡ଼ୁନାହିଁ। ଶିଶୁକୁ ଉଦ୍ଧାର କରିବା ପରେ ସେ ମା’ ପାଖକୁ ଆସି ମା’ଙ୍କୁ କିଛି କହୁଛନ୍ତି। ରାଗରେ ଅବହେଳା ପାଇଁ ତାଙ୍କଠାରୁ ମୋବାଇଲ ଆଣି ରାସ୍ତାକୁ ଫୋପାଡ଼ି ଦେଉଛନ୍ତି।
ଜୟ ଯବାନ!

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.