Home କେନ୍ଦୁଝର ସେଣ୍ଟ ଜାଭିୟର ସ୍କୁଲରୁ ଲୁଟ ବାଇକ ଓ ସିସି କେମେରା ପୋଖରୀରୁ ଉଦ୍ଧାର

ସେଣ୍ଟ ଜାଭିୟର ସ୍କୁଲରୁ ଲୁଟ ବାଇକ ଓ ସିସି କେମେରା ପୋଖରୀରୁ ଉଦ୍ଧାର

41

ହାଟଡ଼ିହି,୧୪ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ନନ୍ଦିପଦା ଥାନା ଚଣ୍ଡୀବିରଞ୍ଜିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ଗତ ଫେବୃୟାରୀ ମାସ ୨୬ତାରିଖ ରାତିରେ ଚୋରୀ ଯାଇଥିବା ବାଇକ ଓ ସିଟିଭି କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀ ଆଜି ସ୍କୁଲ ପରିସରରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି । ଆଜି ଉକ୍ତ ପୋଖରୀରେ ମାଛ ଧରିବାକୁ ଯିବାବେଳେ ବାଇକଟିକୁ ପ୍ରଥମେ ଠାବ କରାଯାଇଥିଲା । ଅନ୍ୟ ସାମଗ୍ରୀ ଗୁଡିକ ପୋଣୀର ପଙ୍କରେ ପୋତି ହୋଇହୋଇ ରହିଥିବା ଦେଖିବାକୁ ମିଳିଛି । ଚୋରୀ ସମ୍ପର୍କରେ ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ନନ୍ଦିପଦା ଥାନାରେ ଲିଭିତ ଅଭିଯୋଗ କରିଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ ଚୋର ମାନଙ୍‌କୁ ଠାବ କରିବାରେ ସଫଳ ହୋଇ ପାରିନଥିଲା । କେବଳ ମାମଲା ରୁଜୁକରି ଚୁପ ହୋଇଯାଇଥିଲା । ଏହି ଘଟଣାରେ ସ୍ଥାନୀୟ କେହି ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ଚୋରୀ ଉଦ୍ଦେଶ୍ୟରେ ନୁହଁ ଆକ୍ରୋଶ ମୁଳକ ଭାବେ ଏହା କରାଯାଇଥିବା ସ୍କୁଲ କର୍ତ୍ତୁପକ୍ଷ ଅନୁମାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.