Home ଜିଲ୍ଲା ପରିକ୍ରମା ମା’ କାଳିତ୍ରା ପୀଠ ପାରିପାଶ୍ୱିର୍କ ଉନ୍ନତିକରଣ ଓ ଅନ୍ୟ ୩ ପ୍ରକଳ୍ପର ଶିଳାନ୍ୟାସ

ମା’ କାଳିତ୍ରା ପୀଠ ପାରିପାଶ୍ୱିର୍କ ଉନ୍ନତିକରଣ ଓ ଅନ୍ୟ ୩ ପ୍ରକଳ୍ପର ଶିଳାନ୍ୟାସ

26

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ବହୁଦରଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କାଳିତ୍ରା ଦେବୀଙ୍କ ପୀଠର ପାରିପାଶ୍ୱିର୍କ ଉନ୍ନତି ନିମନ୍ତେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ମା’ କାଳିତ୍ରା ପୀଠର ପୋଖରୀ ଖନନ ନିମନ୍ତେ ୨୫ ଲକ୍ଷ ଟଙ୍କା, ଉଦ୍ୟାନ ପାଇଁ ୪୦ଲକ୍ଷ ଟଙ୍କା ଅନୁଦାନରେ ଉନ୍ନତିକରଣ କାର୍ଯ୍ୟ କରଯିବା ପାଇଁ ସାଂସଦ ଓ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ଉକ୍ତ ପଞ୍ଚାୟତର ୧୦ଲକ୍ଷ ଅଙ୍କା ବ୍ୟୟ ଅଟକଳରେ ବେଲମଳା ଜଗନ୍ନାଥ ମନ୍ଦିରର ନିର୍ମାଣ ସକାଶେ ଶିଳାନ୍ୟାସ ଏବଂ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଶ୍ରୀ ଗଣେଶ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଛି । ପରେ ବହୁଦରଡ଼ା ପଞ୍ଚାୟତ ସ୍ଥିତ ପୀରଦାଣ୍ଡ ପଡ଼ିଆରେ ସରପଞ୍ଚ ତଥା ଜିଲ୍ଲା ଯୁବ ବିଜେଡ଼ି ସଭାପତି ମୁକୁନ୍ଦଦେବ ସାମଲଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଶ୍ରୀମତି ମଣ୍ଡଳ, ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ମଂଜରୀ ରାଉତ, ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି, ଜିଲ୍ଳାପରିଷଦ ସଭ୍ୟ ଯୋଗେନ୍ଦ୍ର ଘଡ଼େଇ, ପ୍ରାପ୍ତକ ଅଧ୍ୟକ୍ଷ ମଳୟ ଜେନା ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି କିଶୋର ପଣ୍ଡା ବିଭିନ୍ନ ଦାବି ଉପସ୍ଥାପନ କରିଥିବା ବେଳେ ରମାକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଜୟ ନାୟକ, ସନ୍ତୋଷ ନାୟକ ସହଯୋଗ କରିଥିବା ବେଳେ ପ୍ରାକ୍ତନ ସରପଞ୍ଚ ଭାଗିରଥୀ ଜେନା, ପ୍ରଫୁଲ୍ଲ ପଣ୍ଡା, ରମା ଦାସ, କାର୍ତ୍ତିକ ମହାନ୍ତି, ମୀତାରାଣି ମଲ୍ଳିକ, ମୋନାଲିସା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଈଶ୍ୱର ବେହେରା କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.