Home ଅନୁଗୁଳ ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ବଅଁରପାଳ ସେବାଶ୍ରମରେ ଖାଦ୍ୟସାମଗ୍ରୀ ବଂଟନ

ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ବଅଁରପାଳ ସେବାଶ୍ରମରେ ଖାଦ୍ୟସାମଗ୍ରୀ ବଂଟନ

125

ଅନୁଗୋଳ,୨୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ବସ୍ତି ଅଂଚଳରେ ବାସ କରୁଥିବା ବହୁ ଗରିବ,ଅସହାୟ,ଦିନ ମଜୁରିଆ ଲୋକମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ସେମାନେ ରୋଜଗାର ହରାଇ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି । ଏଭଳି ଲକ ଡାଉନ ସମୟରେ ଗରିବ,ଅସହାୟଙ୍କୁ ସହାୟତା ପ୍ରଦାନ କରି ଆସୁଛି ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର । ଏହି ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ତାଳଚେର ସମେତ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବା ସହ କରୋନା ସଂକ୍ରମଣରୁ ବର୍ତିବା ନେଇ ସଚେତନତା ମଧ୍ୟ କରାଯାଉଛି । ଏହି କ୍ରମରେ ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନର ସେକ୍ରେଟାରୀ ଡ. ସନତ କୁମାର ପଟ୍ଟନାୟକ,ଗିରିଶ ଚନ୍ଦ୍ର ଶତପଥି,ପ୍ରସନ୍ନ କୁମାର ପଣ୍ଡା(ଭୂବନେଶ୍ୱର),ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ କାର୍ଯାଳୟରେ ମାସ୍କ, ସାନିଟାଇଜର, ଗ୍ଲୋଭସ,ସାବୁନ ଆଦି ପ୍ରଦାନ କରିଥିଲେ । ଆଉ ମଧ୍ୟ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବ୍ରିଗେଡ଼ ସଦସ୍ୟ ପଂଚୁ ସାହୁ,ରଣଜିତ ସାହୁ,ଚନ୍ଦନ ପ୍ରଧାନ,ଶ୍ରୀକ୍ରୀଷ୍ଣା ସାହୁ,ବିଦ୍ୟାଧର ପ୍ରଧାନ,ସମୀର ପ୍ରଧାନ,ସୁବ୍ରତ ପ୍ରଧାନ, ଶୁଭକାନ୍ତ ସ୍ୱାଇଁ,ବିଭୁତି ମହାରଣା,ସରୋଜ ସାହୁ,ରାଜେନ୍ଦ୍ର ସାହୁ,ସତ୍ୟ ନାରାୟଣ ପ୍ରଧାନ,ପ୍ରଦୀପ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ତାଳଚେର ବ୍ଲକ ବଅଁରପାଳ ସେବାଶ୍ରମରେ ବାହାର ରାଜ୍ୟର ପ୍ରତିରୋଧ ଗୃହରେ ରହିଥିବା ୧୦୦ ଲୋକଙ୍କୁ ସାନିଟାଇଜର,ମାସ୍କ, ବିସ୍କୁଟ, ପାଣି ବୋତଲ ଓ ସାବୁନ ଆଦି ପ୍ରଦାନ କରାଯିବା ସହ ସେମାନଙ୍କୁ କରୋନା ସମ୍ପକରେ ସଚେତନ କରାଯାଇଥିଲା । ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେରର ଏଭଳି କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିବାସହ ସାଧୁବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.