Home ଅନୁଗୁଳ ତାଳଚେର ବସ ମାଲିକ ସଂଘ ତରଫରୁ ସିଏମ୍ ରିଲିଫ୍ ପାଣ୍ଠିକୁ ୫୦ହଜାର ଟଙ୍କା ପ୍ରଦାନ

ତାଳଚେର ବସ ମାଲିକ ସଂଘ ତରଫରୁ ସିଏମ୍ ରିଲିଫ୍ ପାଣ୍ଠିକୁ ୫୦ହଜାର ଟଙ୍କା ପ୍ରଦାନ

130

ତାଳଚେର,୨୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବସ ମାଲିକ ସଂଘ ତରଫରୁ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ କୋଭିଡ଼ ରିଲିଫ୍ ପାଣ୍ଠିକୁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି । ବସ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି,ସାଧାରଣ ସମ୍ପାଦକ ସୁମନ ବେହେରା,କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି,ସମାଜସେବୀ ବାପି ମହାନ୍ତି ପ୍ରମୁଖ ଅର୍ଥ ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ସେହିପରି ବସ ମାଲିକ ସଙ୍ଘ ନିଜସ୍ୱ ଉଦ୍ୟମରେ ତାଳଚେର ବସଷ୍ଟାଣ୍ଡ ଓ ଏଠାରେ ଥିବା ବସ ଗୁଡ଼ିକୁ ବିଶୋଧନ ମଧ୍ୟ କରିଛନ୍ତି । ବସ୍ ନଚାଲିବା ସତ୍ୱେ ବସ୍ ମାଲିକ ସଂଘ ଏହି ଅର୍ଥ ପ୍ରଦାନ କରିଥିବାରୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସାଧୁବାଦ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.