ତାଳଚେର,୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମଗ୍ର ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଜାରି ରହିଥିବା ବେଳେ ବିଶେଷ କରି ବିଭିନ୍ନ ବସ୍ତି ଅଂଚଳରେ ବହୁ ଗରିବ,ଅସହାୟ,ଦିନ ମଜୁରିଆ ଲୋକମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ସେମାନେ ରୋଜଗାର ହରାଇ ଖାଦ୍ୟାଭାବ ଦେଇ ଗତି କରୁଛନ୍ତି । ଏହି ଲକ ଡାଉନ ସମୟରେ ଗରିବମାନଙ୍କୁ ସହାୟତା ପ୍ରଦାନ କରି ଆସୁଛି ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର । ଏହି ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ତାଳଚେର ସମେତ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବା ସହ କରୋନା ସଂକ୍ରମଣ ନେଇ ସଚେତନତା ମଧ୍ୟ କରାଯାଉଛି । ଏହି କ୍ରମରେ ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବ୍ରିଗେଡ଼ ସଦସ୍ୟ ପଂଚୁ ସାହୁ,ରଣଜିତ ସାହୁ,ଚନ୍ଦନ ପ୍ରଧାନ,ପ୍ରମୋଦ ସାହୁ,ଶ୍ରୀକ୍ରୀଷ୍ଣା ସାହୁ,ସମୀର ପ୍ରଧାନ ଏବଂ ସମାଜସେବୀ ବାପି ମହାନ୍ତିଙ୍କ ସହଯୋଗରେ ତାଳଚେରର ଲିଙ୍ଗରାଜ ନିକଟସ୍ଥ ହଟିଂରେ ୬୦ ପରିବାରକୁ ସାନିଟାଇଜର, ମାସ୍କ, ଚୁଡ଼ା,ଚିନି,ବିସ୍କୁଟ,ସାବୁନ ଆଦି ପ୍ରଦାନ କରାଯିବା ସହ ସେମାନଙ୍କୁ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ସମ୍ପକରେ ସଚେତନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନମାନଙ୍କରେ ମଧ୍ୟ ଗରିବ ପରିବାରଙ୍କୁ ଏପରି ସହାୟତା ଜାରି ରହିବ ବୋଲି ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।