Home ଓଡ଼ିଶା ଲକ ଡାଉନ ସମୟରେ ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୨୦ୟୁନିଟ ରକ୍ତ ସଂଗ୍ରହ

ଲକ ଡାଉନ ସମୟରେ ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୨୦ୟୁନିଟ ରକ୍ତ ସଂଗ୍ରହ

208

ମାଲକାନଗିରି,୧୯ା୪ (ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତର ଅଭାବ । ମାସକୁ ପ୍ରାୟ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ପ୍ରାୟ ପ୍ରତି ଦିନ ଗଛିତ ରହୁଛି ମାତ୍ର ୪୦ରୁ ୫୦ ୟୁନିଟ ରକ୍ତ । ମାଲକାନଗିରି ଜିଲ୍ଲାରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ଆବଶ୍ୟକିୟ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି, ସେହି ଅସୁବିଧାକୁ ପୁରଣ କରିବାକୁ ଆଗେଇ ଆସିଛନ୍ତି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଟି ,ଲକ ଡାଉନ ସମୟରେ ଗତ କିଛି ଦିନତଳେ ୩୦ଜଣ ରୋଗୀଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ମାନ୍ଦାପାଲି ଗ୍ରାମରେ ପ୍ରଥମଥର କରି ମାଗଣା ରକ୍ତଦାନ ଶିବିରର ଆୟୋଜିନ ସହ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଜନସଚେତନତା ର ବାର୍ତା ଦେଇଛନ୍ତି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଠି, ଏହି ରକ୍ତଦାନ ଶିବିରରେ ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ଲଗାଇ ଗ୍ରାମର ସ୍ୱେଚ୍ଛାସେବୀ ଓ ଆଦିବାସୀ ଯୁବକ ମାନେ ସ୍ୱଇଚ୍ଛାରେ ୨୦ ୟୁନିଟ ରକ୍ତଦାନ କରିଛନ୍ତି । ରକ୍ତଦାନ ପୁବ ର୍ରୁ ଗ୍ରାମରେ କରୋନା ସଂପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ ହୋଇଥିଲା, ଲକଡାଉନ ସମୟରେ ସାମାଜିକ ଦୂରତା ରକ୍ଷାକରିବା , ମୁହଁରେ ମାସ୍କଲଗାଇବା,ଭଲଭାବରେ ସାବୁନରେ ହାତ ଧୋଇବା, ସାନିଟାଇଜ ହେବା ଓ କେହି ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଥିଲା, ଏହି ଅବସର ରେ ଷ୍ଟେଟବ୍ୟଙ୍କ ଅଫ ଇଣ୍ଡିଆ କାଲିମେଳା ଶାଖା ପକ୍ଷରୁ ଗ୍ରାମବାସୀଙ୍କୁ ହ୍ୟାଣ୍ଡଓ୍ୟାସ,ମାସ୍କ ବଟଂନ କରା ଯାଇଥିଲା । ଏହି ଶିବିରରେ ମୁଖ୍ୟଅତିଥି ଭାବେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ମୁଖ୍ୟବକ୍ତା ଭାବେ ଜିଲ୍ଲାରେଡ କ୍ରସ ସଂସ୍ଥାର ଆବାହକ ସଂପାଦକ ଅଧ୍ୟାପକ ରଜଂନକୁମାର ସ୍ୱାଇଁ ,ସମ୍ମିନିତ ଅତିଥି ଭାବେ ରେଡକ୍ରସ ଡାକ୍ତର ସନ୍ତୋଷ କୁମାର ସେନାପତୀ, ମାନ୍ଦାପାଲି ପଚାଂୟତ କନିଷ୍ଠ ଯନ୍ତ୍ରୀ ଇଂ ଏସ.କେ.କ୍ରିସାନୀ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ଗ୍ରାମବାସୀ ମାନଙ୍କୁ କରୋନା ସଂପର୍କରେ ଜନସଚେତନତା ର ବାର୍ତାଦେଇଥିଲେ । ଜୟ ମାଲକାନଗିରି ଗୃପର ହିମାଶୁଂସେଖର ନନ୍ଦୀ,ରବି ରାଜେଶ,ବସନ୍ତକୁମାର ନାୟକ,ଅଭିଶେକ ବାଘ,ଦିନେଶ ହାଲଓ୍ୟା,ଲକ୍ଷମ୍‌ି କାନ୍ତ ପୁଜାରୀ,ଗୁରୁପ୍ରସାଦ ଲେଙ୍କା,ସୁନିଲକୁମାର ସେଠୀ,ଶଙ୍କର ପାଣିଗ୍ରାହୀ,ସନ୍ଦିପ ମୁଦ୍ରା,ଅନୁପ ସୁନାନୀ ପ୍ରମୁଖ ଯୁବଗୋଷ୍ଠି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଜୟ ମାଲକାନଗିରି ଗୃପ ର ଯୁବଗୋଷ୍ଠି ଅନ୍ୟ ଯୁବକ ମାନଙ୍କୁ ମୋଟିଭେଟ କରି ରକ୍ତଦାନ କରୁଥିବାରୁ ଏନେକ ଗରିବ ରୋଗୀଙ୍କ ଜୀବନ ବଚିଂଯାଉଛି । ଲକ ଡାଉନ ହେବା ଦିନଠାରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ପାଇ ଏହି ଗୃପର ଯୁବ ଗୋଷ୍ଟି ଗରିବ ଲୋକମାନଙ୍କୁ ସ୍ୱେଚ୍ଛାକୃତ ଭାବେ ଇତି ମଧ୍ୟରେ ୫୦ୟୁନିଟ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.