Home ଜିଲ୍ଲା ପରିକ୍ରମା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

59

ଭଦ୍ରକ, ୨-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅପରେଟର ଭାବେ ୨୦୧୪ ମସିହାରୁ କାର୍ଯ୍ୟକରି ଆସୁଥିବା ଜୟ ଅମରଦୀପ ସୁକାନ୍ତ ସାହୁଙ୍କୁ ଗୁରୁୂୂବାରଦିନ କାର୍ଯ୍ୟାଳୟର ପଠନାଗାର କକ୍ଷରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତା-୧୯୯୨ରୁ ସରକାରୀ ଚାକିରୀ ଆରମ୍ଭ କରିଥିବା ଶ୍ରୀ ସାହୁ ଖୋର୍ଦ୍ଧା, କରଞ୍ଜିଆ, ଭଦ୍ରକରେ ଦକ୍ଷତାର ସହ କାର୍ଯ୍ୟକରିବା ସହିତ ଜଣେ ସୁବ୍ୟବହାର ସମ୍ପନ୍ନ ମେଳାପି ମଣିଷ ହିସାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅନ୍ୟ କର୍ମଚାରୀ ତାପସ କୁମାର ନାୟକ, ମୀନାକ୍ଷୀ ଗରାବଡ଼ୁ, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖଙ୍କ ଗହଣରେ ଶ୍ରୀ ସାହୁଙ୍କୁ ଉତ୍ତରୀୟ, ଉପଢ଼ୈାକନ ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସେବା ନିବୃତ୍ତ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା। ଅଧିକାରୀ ଓ କର୍ମଚାରୀ ମାନେ ଶ୍ରୀ ସାହୁଙ୍କ ସରଳତା, ଅମାୟିକ ବ୍ୟବହାର ଓ କର୍ମ ତତ୍ପରତାର ପ୍ରଶଂସା କରିଥିଲେ। ଶ୍ରୀ ସାହୁ ମଧ୍ୟ ତାଙ୍କ ଚାକିରୀ ଜୀବନରେ କାର୍ଯ୍ୟକରିଥିବା ବିଭିନ୍ନ ଷ୍ଟେସନରେ ସରକାରୀ କାର୍ଯ୍ୟକ୍ରମ ତଥା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ତାଙ୍କର ଅନୁଭୂତିର କଥା କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.