Home ଓଡ଼ିଶା ସୁରତରୁ କୋଦଳା ଆସିଲେ ୫୮ ପ୍ରବାସୀ ଓଡିଆ

ସୁରତରୁ କୋଦଳା ଆସିଲେ ୫୮ ପ୍ରବାସୀ ଓଡିଆ

342

କୋଦଳା ୦୩ ମଇ  (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ ପରେ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ଏବେ ଉଭୟ ରାଜ୍ୟର ସରକାରଙ୍କ ଆଲୋଚନା ପରେ ଘର ବାହୁଡ଼ା ହେଉଛନ୍ତି ଶ୍ରମିକ। ଶନିବାର ଗଂଜାମ କୋଦଳା ଠାରେ ପହଞ୍ଚିଛନ୍ତି ୫୮ ଓଡ଼ିଆ ଶ୍ରମିକ। ସୂଚନା ଅନୁସାରେ ଗୁରୁବାର ସକାଳ ୮ ଟାରୁ  ସୁରଟର ଭାଗଲ୍ ଅଞ୍ଚଳରୁ ପ୍ରାଇଭେଟ ବସ୍ ଯୋଗେ ବାହାରିଥିଲେ ୫୮ ଓଡ଼ିଆ ଶ୍ରମିକ।ଏ ସମସ୍ତ ବ୍ୟକ୍ତି ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମର୍ଦମେଖ ପଞ୍ଚାୟତର ଜୟସିଂହପୁର, ବେଲଝରୀ, କୁସୁନପୁର, କନ୍ଦିଆ, ଗୁଡିଆଳି ଓ ଦିଗି ଗ୍ରାମର ବୋଲି ଜଣାପଡିଛି। ଏତଦବ୍ୟତୀତ ମର୍ଦକୋଟ, କାଳିମେଘି, ବୁଢାମ୍ବ, ତାଳପଡା, ବାଦାର୍ଖପୁର, ହିଣ୍ଡଳ, ଖଣ୍ଡିଦେଉଳି ଅଞ୍ଚଳରୁ ମଧ୍ୟ କିଛି ଶ୍ରମିକ ଏହି ବସ୍ ରେ ଆସିଥିବା ଜଣାପଡିଛି।ଗୁଜୁରାଟରୁ ମହାରାଷ୍ଟ୍ର, ଝାଡଖଣ୍ଡ ଓ ଛତିଶଗଡ ଦେଇ ଓଡିଶା ଆସିଛି ଏହି ବସ୍। ଯାତ୍ରୀ ମାନେ ଜଣକ ପିଛା ୩୫୦୦ ଟଙ୍କା ଭଡା ବାବଦରେ ଦେଇଥିବା ବେଳେ ନିଜସ୍ବ ଖର୍ଚ୍ଚରେ ଖାଇବା ପିଇବା କରୁଥିବା କହିଛନ୍ତି।ସମସ୍ତ ଯାତ୍ରୀ ମାନଙ୍କୁ ଗୁଡିଆଳି ନୋଡ଼ାଲ ହାଇସ୍କୁଲ ଠାରେ କ୍ୱାରାନଟାଇନରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସରପଞ୍ଚ ହୃଷୀକେଶ ମେହେଣା, ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଆଶାକର୍ମୀ, ଅଂଗନବାଡି କର୍ମୀ, ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.