Home ଓଡ଼ିଶା ସୁରଟ ଫେରନ୍ତାଙ୍କୁ ରାସ୍ତାରେ ଓହ୍ଲାଇ ଦେଉଛି ବସ୍, କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନ ଯାଇ ରାସ୍ତାରେ ହଟହଟା

ସୁରଟ ଫେରନ୍ତାଙ୍କୁ ରାସ୍ତାରେ ଓହ୍ଲାଇ ଦେଉଛି ବସ୍, କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନ ଯାଇ ରାସ୍ତାରେ ହଟହଟା

304

କୋଦଳା ୦୬ ମେ ୨୦୨୦ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସୁରଟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଚିନ୍ତା ବଢ଼ିଛି। ଗତ କିଛି ଦିନ ତଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ କ୍ୱାରାନଟାଇନରୁ ଅବ୍ୟବସ୍ଥାକୁ ନେଇ ଅନେକ ଅନ୍ତେବାସୀ ଛତ୍ରଭଙ୍ଗ ଦେଇଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଇଥିବା ମଧ୍ୟ ଜଣାପଡ଼ିଛି। ଗଂଜାମ ଜିଲ୍ଲାକୁ ଆସୁଥିବା ସୁରଟ ଫେରନ୍ତା ଏବେ ଚିନ୍ତାର କାରଣ ପାଲଟିଛି। କାରଣ ପଜିଟିଭ୍ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତି ମଧ୍ୟରୁ ୩ ଜଣ ବ୍ୟକ୍ତି ସୁରଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣକ ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡିନି। ଏଭଳି ସ୍ଥିତିରେ ଫେରୁଥିବା ଏହି ଓଡ଼ିଆଙ୍କୁ ତତ୍‌କ୍ଷଣାତ୍‌ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନେଇ ରଖି ବାହାରକୁ ନ ଛାଡ଼ିବା ଲାଗି ଅଞ୍ଚଳର ଲୋକେ ଦାବି କରୁଥିବା ବେଳେ ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ଭଳି ଅଭିଯୋଗ ହେଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବୁଧବାର ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ବେଗୁନିଆପଡ଼ା ବ୍ଳକକୁ ଆସିଥିବା ଏକ ଯାତ୍ରୀବାହୀ ବସ୍ ବେଗୁନିଆପଡ଼ା ବ୍ଲକ ଅଫିସ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ୧୭ ଜଣ ବ୍ୟକ୍ତିଙ୍କୁ ଓହ୍ଲାଇ ଚାଲିଯାଇଥିଲା। ଲୋକମାନେ ଓହ୍ଲାଇ ଅଧଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରିବା ପରେ ବସ୍ ଟି ଆସି ସେମାନଙ୍କୁ ନେଇଥିଲା। ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ଘଟଣାରେ ସଂପର୍କରେ ବୁଝି ବସ୍ କୁ ପୁଣି ଡକାଇ ତୁରନ୍ତ କ୍ୱାରାନଟାଇନ ସେଣ୍ଟରକୁ ନେବାକୁ ତାଗିଦ୍ କରିଥିଲେ। ଏହା ପରେ ସମସ୍ତଙ୍କୁ କେ ବରିଡ଼ା କ୍ୱାରାନଟାଇନରେ ପହଞ୍ଚା ଯାଇଥିଲା। ବିଭିନ୍ନ ଗାଡ଼ିରେ ବେଗୁନିଆପଡ଼ା ବ୍ଲକକୁ ଆସିଥିବା ବ୍ୟକ୍ତିମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେବା ଲାଗି ଜରୁରୀ ପଦକ୍ଷେପ ନିଆଯାଉ ନ ଥିବାରୁ ସହର ମଧ୍ୟରେ ଗାଡ଼ିଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଠିଆ ହୋଇରହୁଛି। ଫଳରେ ଲୋକେ ଗାଡ଼ିରୁ ଓହ୍ଲାଇ ବିଭିନ୍ନ ଦୋକାନରୁ କିଣି ଖାଉଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.