Home Coronavirus Outbreak ସୁରଟରୁ ଓଡ଼ିଶା ଆସିଲା ଟ୍ରେନ୍; ତେବେ ବିଜେପି ପତାକା ବ୍ୟବହାର କାହିଁକି ..

ସୁରଟରୁ ଓଡ଼ିଶା ଆସିଲା ଟ୍ରେନ୍; ତେବେ ବିଜେପି ପତାକା ବ୍ୟବହାର କାହିଁକି ..

341

ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଗୁଜୁରାଟର ସୁରଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏ’ନେଇ ଓଡ଼ି଼ଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଆଉ ସେହି ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମରେ ବସ୍ ଯୋଗେ କିଛି ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ସ୍ୱତନ୍ତ୍ର ଟ୍ରେନ ଯୋଗେ ମଧ୍ୟ ଫେରିଛନ୍ତି କିଛି ପ୍ରବାସୀ ଓଡ଼ିଆ।

ଫେରିଥିବା ପ୍ରବାସୀ ଓଡ଼ିଆ ନିଜ ଖର୍ଚ୍ଚରେ ୭୧୦ ଟଙ୍କାର ଟିକେଟ କରି ଓଡ଼ିଶା ଫେରିଛନ୍ତି। ତେବେ, ସୁରଟରୁ ଟ୍ରେନ ଛାଡ଼ିବା ସମୟରେ ବିଜେପି ସାଂସଦ ସିଆର୍ ପାଟିଲ୍ ବିଜେପି ପତାକା ବ୍ୟବହାର କରିବାର କାରଣ କ’ଣ ନେଇ ପ୍ରଶ୍ନ ଉଠୁଛି। କଂଗ୍ରେସ ନେତା ଅହମ୍ମଦ ପଟେଲ ମଧ୍ୟ ଟ୍ୱିଟ୍ କରି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ପ୍ରବାସୀ ମାନଙ୍କ ପାଇଁ ସୁରଟରୁ ଟ୍ରେନ୍ ବାହାରିବା ବେଳେ ତିରଙ୍ଗା ବଦଳରେ କାହିଁକି ବିଜେପି ପତାକା ବ୍ୟବହାର କରାଗଲା, ଟ୍ରେନ୍ ବିଜେପିର ନାଁ ଭାରତର ଅଟେ, ଗୁଜୁରାଟରୁ ଓଡିଶା ପର୍ଯ୍ୟନ୍ତ ଏହି ଯାତ୍ରା ପାଇଁ ଗରିବ ପ୍ରବାସୀମାନେ କାହିଁକି ଟଙ୍କା ଦେଲେ ଏବଂ ସେମାନଙ୍କର ଯାତ୍ରା ଖର୍ଚ୍ଚ ପିଏମ୍ କେୟାର୍ସ ଦ୍ୱାରା କାହିଁକି ବହନ କରାଗଲା ନାହିଁ ବୋଲି ଅହମ୍ମଦ ପଟେଲ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଛନ୍ତି। -ଦେବଦତ୍ତ ରଥ

ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣା: ଦାୟିତ୍ୱ କାହାର ଥିଲା ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.