Home ଜିଲ୍ଲା ପରିକ୍ରମା ସୁବର୍ଣ୍ଣେଶ୍ୱର ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବାଲେଶ୍ୱରକୁ ହରାଇ କେବିସି କଟକ ଚମ୍ପିୟାନ୍‌

ସୁବର୍ଣ୍ଣେଶ୍ୱର ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବାଲେଶ୍ୱରକୁ ହରାଇ କେବିସି କଟକ ଚମ୍ପିୟାନ୍‌

9

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଗରପଡ଼ା ରାଉତରାପୁର ସ୍ଥିତ ଘୁସୁରିଘୁମା ପଡ଼ିଆ ଠାରେ ସୁବର୍ଣ୍ଣେଶ୍ୱର ୟୁଥ୍‌କ୍ଲବ ଆନୁକୂଲ୍ୟରେ ୨ ଦିନ ଧରି ଚାଲିଥିବା ୨୧ ତମ ଆନ୍ତଃରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ଭଦ୍ରକ,କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର,ବାଲେଶ୍ୱର,କଟକ ଆଦି ଜିଲ୍ଲାର ୧୬ ଟି ଦଳ ଭାଗ ନେଇଥିଲେ । ଫାଇନାଲ୍ ଖେଳରେ ବିର୍ସାମୁଣ୍ଡା ସୋର,ବାଲେଶ୍ୱରକୁ ୩-୦ ଗୋଲ୍‌ରେ ହରାଇ କେବିସି କଟକ ଚଳିତ ବର୍ଷ ଚମ୍ପିୟାନ୍ ହୋଇଛି । ମ୍ୟାଚ ରେଫେରୀ ଭାବେ ବିକି ପୁର୍ତ୍ତି,ଶ୍ୟାମ ସୁଣ୍ଡି,କଲାୟା ସାୱାୟା ଦାୟିତ୍ୱ ତୁଲାଇଥିବା ବେଳେ ସଞ୍ଜୟ ମଜମୁଦାର,ବିଜୁ ପତି,ଖଗେଶ୍ୱର ମହାନ୍ତି ଭାଷ୍ୟକାର ଥିଲେ । ସ୍କୋରରେ ଶିବାଶିଷ ମହାନ୍ତି,ଶଶିକାନ୍ତ ଖଟୁଆ କାର୍ଯ୍ୟ ତୁଲାଇଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାକୁ କ୍ଲବ ଉପଦେଷ୍ଟା ସମାଜସେବୀ ଅଶୋକ ପାଣିଗ୍ରାହୀ ସଭାପତିତ୍ତ୍ୱ କରିଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ,ଭଦ୍ରଲକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,୧୪ ନଂ ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାସ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ,ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ,ସମିତି ସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ୨୧ବର୍ଷ ଧରି ଶୃଙ୍ଖଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବର ସଦସ୍ୟ ମାନେ ଆୟୋଜନ କରି ଆସୁଥିବାରୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ଚମ୍ପିୟାନ୍ ଦଳକୁ ଟ୍ରଫି ଓ ନଗଦ ୨୦ ହଜାର,ରନର୍ସ ଅପ୍ ଦଳକୁ ଟ୍ରଫି୍ ଓ ନଗଦ ୧୨ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସୁବର୍ଣ୍ଣେଶ୍ୱର ୟୁଥ୍‌କ୍ଲବ ସଭାପତି ସଂଗ୍ରାମ ଦାସ,ସମ୍ପାଦକ ବିପିନ ଖଟୁଆ,କ୍ରୀଡ଼ା ସମ୍ପାଦକ ସନ୍ତୋଷ ପରିଡ଼ା,ଚିନ୍ମୟ ମଲ୍ଲିକ,ସୁଭ୍ରଜ୍ୟୋତି ପଣ୍ଡା,ସନ୍ତୋଷ ବାରିକ,ସୁରେଶ ପରିଡ଼ା,ବିଜୟ ଦାସ,ରମେଶ ମହାନ୍ତି,ମାଧବାନନ୍ଦ ମଲ୍ଲିକ,ଦିଲିପ ଦାସ ପ୍ରମୁଖ ୨ଦିନ ବ୍ୟାପି ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଧାୟକଙ୍କ ପାଣ୍ଠିରୁ ୯ଲକ୍ଷ ଟଙ୍କା ବ୍ୟୟରେ ନିମିର୍ତ୍ତ ଖେଳାଳୀ ମାନଙ୍କ ବିଶ୍ରାମ ଗୃହକୁ ଅତିଥି ମାନେ ଉଦ୍‌ଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.