Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍ ସଦାଶିବ ନାୟକ ଏକ ସାରସ୍ୱତ ଧୃବତାରା , ଆମ ମାତୃଭାଷା ପରିଷଦ

ଶିକ୍ଷାବିତ୍ ସଦାଶିବ ନାୟକ ଏକ ସାରସ୍ୱତ ଧୃବତାରା , ଆମ ମାତୃଭାଷା ପରିଷଦ

14

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପରେ ଆମ ମାତୃଭାଷା ପରିଷଦ ଓ ସଦା ଶିବ ନାୟକ ଅଭିନନ୍ଦନ କମିଟି ଆନୁକୁଲ୍ୟରେ ଶୀକ୍ଷାବିତ୍ ସଦାଶିବ ନାୟକଙ୍କ ପୁସ୍ତକ “ସ୍ୱୟଂସିଦ୍ଧ ସଦାଶିବ” ପାଠକାର୍ପଣ ଉତ୍ସବ ଅନୁଷ୍ଠତ ହୋଇଯାଇଛି । ଉକ୍ତ ଉତ୍ସବରେ ସଦାଶିବ ନାୟକ ଶିକ୍ଷା ଜଗତରେ ଯେପରି ସଫଳ ଶିକ୍ଷାବିତ୍ ଭାବରେ ଶୀକ୍ଷକ ବୃତ୍ତିଠାରୁ ଆରମ୍ଭ କରି ସମର୍ଥ ଜିଲ୍ଲା ଶିକ୍ଷାଧିକାରୀ(ସି.ଆଇ) ଭାବେ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି, ସେପରି ସାରସ୍ୱତ ସାଧକ ଭାବେ ଓଡ଼ିଆ ସାହିତ୍ୟ ଆକାଶରେ ଧୃବତାରାଭଳି ପ୍ରତିଭାତ ହୋଇଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଇଂ ଅଭୟ ସୁତାରଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ବରେଣ୍ୟ ଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ବିଶିଷ୍ଠ ଅତିଥି ସହକାରୀ ଜିଲ୍ଲାପାଳ ଭଦ୍ରକ କାର୍ତ୍ତିକନାଥ ମଣ୍ଡଳ, ମୁଖ୍ୟବକ୍ତା ଶୀକ୍ଷାବିତ୍ ବ୍ରଜମୋହନ ମିଶ୍ର, ମୁଖ୍ୟ ଅତିଥି, ପ୍ର. ଶୈଳେନ୍ଦ୍ର ମହାପାତ୍ର, ସମ୍ମାନନୀୟ ଅତିଥି ପ୍ରଶାନ୍ତ ମହାପାତ୍ର, ବିଶେଷ ଅତିଥି ଅଜୟ କୁମାର ମହାପାତ୍ର, ଇଂ ସତ୍ୟବ୍ରତ ନାୟକ, ସମ୍ପାଦକ କ୍ଷୀରୋଦ କୁମାର ମିଶ୍ର, ସ୍ୱୟଂସିଦ୍ଧ ସଦାଶିବ ପୁସ୍ତକର ସମୀକ୍ଷକ ଓ ପ୍ରେମ ପୃଥିବୀର ସଭାପତି କୈଳାଶ ଚନ୍ଦ୍ର ପଣ୍ଡା, ସାବିତ୍ରୀ ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ଶୀକ୍ଷାବିତ୍ ରମେଶ ଚନ୍ଦ୍ର ନାୟକ, ବାବୁଲାଲ ଦାସ, ସୁଧାକର ରାଉତ, ଶିକ୍ଷାବତ୍ ହରେକୃଷ୍ଣ ପଣ୍ଡା, ପ୍ରାଧ୍ୟାପକ ଅଟଳ ବିହାତୀ ନାୟକ, ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି, ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରମୁଖ ସଦାଶିବ ନାୟକଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକୀୟ ପାଠ ଡାକ୍ତର ଅନିଲ କୁମାର ଦାଶ, ମଂଚ ଆହ୍ୱାନ କବୟିତ୍ରୀ ମମତାରାଣୀ ଦାଶ, ଅଧ୍ୟାପକ ନୀହାର ରଞ୍ଜନ କର ଅତିଥି ପରିଚୟ, ଉତ୍ତରୀୟ ପ୍ରଦାନ ମଳୟ ମଞ୍ଜରୀ ନାୟକ, ମନୋରମା ରାୟ ଓ ଜାନକୀ ପାଢି ବିଚିତ୍ରାନନ୍ଦ ଜେନା ଓ ଗୋକୁଳାନନ୍ଦ ରାଉତ ମଂଚ ପରିଚାଳନା କରିଥିଲେ, ଆବାହନୀ ସଙ୍ଗୀତ ଗାଇଥିଲେ ଗୀତିକାର ରୁଦ୍ର ମାଧବ ବାରିକ ସାଥୀ ଓ ଦେବେନ୍ଦ୍ର ପଣ୍ଡା । ଶେଷରେ ଚାଟାର୍ଡ଼ ସୁବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.