ଭୁବନେଶ୍ୱର/କଟକ୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ୧୮ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ଏକ ପ୍ରକାର ବନ୍ଦ ରହିବାସହ ଓଡିଶା ହାଇକୋର୍ଟ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଦିନ ୨ଟା ସମୟରେ ବାର ଆକ୍ସନ କମିଟି ବୈଠକ ବସିବ। ଏହି ବୈଠକ ପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ଗ୍ରହଣ କରାଯିବ। ଏହି ବୈଠକରେ ସର୍ବୋଚ୍ଚ ଅଦାଲତଙ୍କ ନିଦ୍ଦେଶନାମା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।ସୁଚନାଯୋଗ୍ୟ-ଗତକାଲି ସୁପ୍ରିମକୋର୍ଟ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଓକିଲଙ୍କ ଧର୍ମଘଟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ। ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ସୁପ୍ରିପକୋର୍ଟ ପ୍ରଶ୍ନ କରିଥିଲେ। ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏଥି ସହିତ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ହାଇକୋର୍ଟ କିମ୍ବା କୌଣସି ନିମ୍ନ କୋର୍ଟ ଓକିଲ ମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଅଚଳ ହେବା ସୁପ୍ରିମକୋର୍ଟର ନିୟମ ଉଲ୍ଲଘନ କରୁଛି। ଏଥିରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ଏବଂ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ଏବଂ ଏପରି ପରିସ୍ଥିତିରେ ସ୍ଥାନୀୟ ପୁଲିସର ପାରିବା ପଣିଆକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ ଯଦି ସ୍ଥାନୀୟ ପୁଲିସ ସ୍ଥିତି ସ୍ବାଭାବିକ ପାଇଁ ସକ୍ଷମ ନୁହେଁ ତେବେ ପାରାମିଲିଟାରି ଫୋର୍ସ ମୁତୟନ କରିବାକୁ ପଡିବ। ଏନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।