Home ଜିଲ୍ଲା ପରିକ୍ରମା ସୁନାବେଡା ସହରର ରୁପାନ୍ତରୀକରଣ ନିମନ୍ତେ ୧୨୦ଗୋଟି ପ୍ରକଳ୍ପର ଅନୁମୋଦନ ନିମନ୍ତେ ପ୍ରସ୍ତାବ ପ୍ରଦାନ

ସୁନାବେଡା ସହରର ରୁପାନ୍ତରୀକରଣ ନିମନ୍ତେ ୧୨୦ଗୋଟି ପ୍ରକଳ୍ପର ଅନୁମୋଦନ ନିମନ୍ତେ ପ୍ରସ୍ତାବ ପ୍ରଦାନ

96

କୋରାପୁଟ ୧୭-୧୨(ଓଡିଆ ପୁଅ /ରଂଜନ ଦାସ)ଫାଇଭ ଟି ଅନ୍ତର୍ଗତ ମୁକ୍ତା(ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନା ମାଧ୍ୟମରେ ସୁନାବେଡା ସହରର ରୁପାନ୍ତରୀକରଣ ନିମନ୍ତେ ୧୨୦ ଗୋଟି ପ୍ରକଳ୍ପର ଅନୁମୋଦନ ପାଇଁ ୫କୋଟି ୯୩ ଲକ୍ଷ ଟଙ୍କା ଅଟକଳର ପ୍ରସ୍ରାବ  ପ୍ରଦାନ କରାଯାଇଥିବା ଜଣାପଡିଛି ।ଆଜି ଫାଇଭଟି ସଚିବ ଭି.କେ.ପାଣ୍ଡିଆନ ଭର୍ଚୁଆଲ ମାଧ୍ୟମରେ ସୁନାବେଡା ସହରର ରୁପାନ୍ତରୀକରଣ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।ସୁନାବେଡା ସହରରେ ପାନୀୟ ଜଳ ଯୋଗାଣ କାର୍ଯ୍ୟଗୁଡିକ ଡିସେମ୍ବର ଶେଷ ସୁଦ୍ଧା ସଂପନ୍ନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଜଗା ମିଶନ ଜରିଆରେ ରହିଯାଇଥିବା ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ  ସେ ନିର୍ଦ୍ଦେଶ ଦେଇଥିଲେ ।କୋରାପୁଟ ଓସ୍ୱାନରେ ଆୟୋଜିତ ଭର୍ଚୁଆଲ ସଭାରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ,କୋରାପୁଟ ବିଧାୟକ ରଘୁରାମ ପଡାଲ,କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ ,ପୂର୍ବତନ ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ,ସୁନାବେଡା ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ,ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର,ଏସଏଚଜି ସଭାନେତ୍ରୀ ସ୍ୱର୍ଣ୍ଣଲତା ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.