Home ଆନ୍ତର୍ଜାତୀୟ ସୁଦୃଢ଼ ହେଲା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କ

ସୁଦୃଢ଼ ହେଲା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କ

507

ନୂଆଦିଲ୍ଲୀ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ମୋଦି ମୋଦି ନାରା ମଧ୍ୟରେ ଇତିହାସ ରଚିଛି ଭାରତ ଓ ଆମେରିକା ମଧ୍ୟରେ ସବୁଠାରୁ ବଡ଼ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’। ଏଥିପାଇଁ ହ୍ୟୁଷ୍ଟନ୍‌ରେ ଏନ୍ଆରଜି ଷ୍ଟାଡିୟମରେ ପ୍ରଥମେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବା ପରେ ସେ ମୋଦିଙ୍କ ସହ ମଞ୍ଚକୁ ଆସିଥିଲେ। ଏହାପରେ ଉଭୟ ରାଷ୍ଟ୍ରର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏଥିସହିତ ଓଡ଼ିଶି ନୃତ୍ୟ ସାରା ବିଶ୍ୱ ଝୁମିଥିଲା । ମୋଦି ମଞ୍ଚରେ ହିନ୍ଦି, ଓଡ଼ିଆ, ଇଙ୍ଗ୍ଲିସ୍‌ ଭାଷା ସେଠାରେ ଉପସ୍ଥିତ ଥିବା 50 ହଜାରରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ମନ ଜିଣିଥିଲେ । ମୋଦି ମୋଦ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ମଞ୍ଚ । ମଞ୍ଚରେ ମୋଦି-ଟ୍ରମ୍ପ ଙ୍କ ବନ୍ଧୁତ୍ୱ ସାରା ବିଶ୍ୱ ଦେଖିଲା ।

ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଅଭିଭାଷଣ ରଖିଥିଲେ । ମୋଦି ଟ୍ରମ୍ପଙ୍କ ନେତୃତ୍ୱର ପ୍ରଶଂସାରେ ଶତମୁଖ ହୋଇଥିଲେ। ମୋଦି ନିଜ ଭାଷଣରେ କହିଥିଲେ, ପ୍ରତିଥର ମୁଁ ଯେତେବେଳେ ଟ୍ରମ୍ପଙ୍କୁ ଭେଟେ, ମୁଁ ବନ୍ଧୁତ୍ୱ ହିଁ ତାଙ୍କ ଭିତରେ ଦେଖିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.