Home ଓଡ଼ିଶା ସୀମାନ୍ତ ମୋଟୁ ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

ସୀମାନ୍ତ ମୋଟୁ ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

110

ମାଲକାନଗିରି,୪ା୬ (ଓଡିଆ ପୁଅ)ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ପ୍ରବାହିତ ସାବେରୀ ନଦୀରୁ ଆଜି ଏକ ଅଚିହ୍ନା ଗଳିତ ଶବ ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ସାବେରୀ ନଦୀ ମୋଟୁ ଘାଟ ନିକଟରେ ଏକ ଗଳିତ ଶବ ଭାସୁଥିବାର ଗ୍ରାମବାସୀ ମାନେ ଦେଖି ମୋଟୁ ଥାନାରେ ଜଣଇଥିଲେ ।ସୁଚନା ପାଇ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝୀ ପୁଲିସ ସଦଳବଳ ନଦୀଘାଟ ନିକଟ ରେ ପହଁଚି ପାଣିରୁ ଗଳିତ ଶବଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶବଟି ପଚି କଙ୍କାଳ ହୋଇଯାଇଥିବାରୁ ଏହାକୁ ଚିହ୍ନିବା ସମ୍ଭଭ ହୋଇନଥିଲା । ମୋଟୁ ଥାନା କେସ ନମ୍ବର ୧୧/୨୦ରେ ଏକ ଅୁମୃତ୍ୟୁ ମାମଲା ରୁଜୁକରି କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଦିଆଯାଇଛି । ଏହି ଶବଟି ସୀମାନ୍ତ ଛତିଶଗଡ ଆଡୁ ସାବେରୀ ନଦୀରେ ଭାସି ଆସି ମୋଟୁ ଘାଟ ନିକଟରେ ଲାଗିଥିବାର ପୁଲିସ ସନ୍ଦେହ କରିଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.