Home ଜିଲ୍ଲା ପରିକ୍ରମା ସୀମାନ୍ତ ମୋଟୁ ତ୍ରୀନଦୀ ସଙ୍ଗମ ସ୍ଥଳରେ ବାଜିଲା ମାଲ୍ୟବନ୍ତର ବିଗୁଲ, ଆରମ୍ଭ ହେଲା ଉତ୍ସବର କଳସ...

ସୀମାନ୍ତ ମୋଟୁ ତ୍ରୀନଦୀ ସଙ୍ଗମ ସ୍ଥଳରେ ବାଜିଲା ମାଲ୍ୟବନ୍ତର ବିଗୁଲ, ଆରମ୍ଭ ହେଲା ଉତ୍ସବର କଳସ ଯାତ୍ରା

93

ମାଲକାନଗିରି,୨ା୨(ଓଡିଆ ପୁଅ )ଆନ୍ଦ୍ର ତେଲାଙ୍ଗାନା,ଛତିଶଗଡ ଓଡିଶା ସୀମାନ୍ତ ମୋଟୁ ମୁଗିପଏଟଂ ତ୍ରୀନଦୀ ସଙ୍ଗମ ସ୍ଥଳରୁ ମାଲକାନଗିରି ଜିଲ୍ଲାର ଐତିହ,କଳାସଂସ୍କୃତି,ସଙ୍ଗୀତ ନୃତ୍ୟର ମୁର୍ଚ୍ଚନା ମାଲ୍ୟବନ୍ତମହୋତ୍ସବ ର ଶୁଭାରମ୍ଭ ର ବିଗୁଲ ବାଜିଛି । ଏହି ଉତ୍ସବ ପାଇଁ ଆଜି ମୋଟୁ ସ୍ଥ ସାବେରୀ,ସିଲେରୁ,ଚିନାଗୋଦବରୀ ତ୍ରୀନଦୀର ପବିତ୍ରଜଳ ସଂଗ୍ରହ କରାଯାଇ ମାଲକାନଗିରି କୁ କଳସ ଯାତ୍ରା ହୋଇଛି । ଦୀର୍ଘ ୧୦୦କିଲୋମିଟ ଦୂରରେଥିବା ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ଓଡିଶାର ଶେଷ ସୀମାନ୍ତ ମୋଟୁ ଅଚଂଳ ସାବେରୀ,ସିଲେରୁ ନଦୀ ଘାଟରେ ମାଲକାନଗିରି ବିଧାୟକ ଆଦିତ୍ୟମାଢୀ,ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ନଦୀ ଘାଟରେ ପୂଜାରେ ସଂଙ୍କଳ୍ପ କରି ନଦୀରୁ ପବିତ୍ର ଜଳସଂଗ୍ରହ କରିଥିଲେ । ଏହି ଅବସରରେ ଅତିଥି ମାନେ ମାଲ୍ୟବନ୍ତ ମହୋତ୍ସବର ପୋଷ୍ଟର,ମାଲ୍ୟବନ୍ତ ପ୍ରଚାର ରଥ, ଉତ୍ସବର ସଂଗୀତ ଉନ୍ମୋଚନ କରିଥିଲେ । କୋୟା ଶିଙ୍ଗନାଟ, ଆଦିବାସୀ ପାରମ୍ପାରି ଲାଠି ଓ ଦଣ୍ଡା ନୃତ୍ୟୁ,ଢେମସା ନୃତ୍ୟ,ସଂଗୀତ ର ତାଳେ ତାଳେ ପ୍ରାୟ୧୦ହଜାରରୁ ଉର୍ଦ୍ଦ ସଂଖ୍ୟାରେ ମହିଳା ଓ ପୁରଷ ଏହି କଳସ ସୋଭା ଯାତ୍ରା ସାମିଲ ହୋଇଥିଲେ । ଏହି ଅବସରେ ଏମଭି୭୯ ଏସ.ପି. ଡିଗ୍ରୀକଲେଜ ଓ ଜନସାଧାରଣ ଙ୍କ ପକ୍ଷରୁ ମୋଟୁ ଠାରେ ଏକ ମାଗଣା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପ୍ରଥମେ ନିଜେ ରକ୍ତଦାନ କରି ଶିବୀରଟିକୁ ଉଦଘାଟନ କରିଥିଲେ । ମୋଟୁ ଠାରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ମହୋତ୍ସବର ସାଂସ୍କୃତିକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟମାଢୀ, ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ପୁବ ର୍ତନ ବିଧାୟକ ମୁକୁନ୍ଦ ସୋଡି, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢୀ,ମାଲକାନଗିରି ତହସିଲଦାର ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ, ଏପିଡି ମାନସ କୁମାର ମିଶ୍ର,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, କାଲିମେଳା ବିଡିଓ ଉମାଶଙ୍କର ଦଳାଇ,ମାଲକାନଗିରି ବିଡିଓ ଅଜୟକୁମାର ପ୍ରଧାନ ଯୋଗଦେଇ ସଂଗୀତ ନୃତ୍ୟର ମୁ୍‌ର୍ଚ୍ଚନା ମାଲ୍ୟବନ୍ତ ମହୋତ୍ସବ ସଂପର୍କରେ କହି ସୋଭାଯାତ୍ରାରେ ସିମଲ ହୋଇଥିଲେ । ଏହି ଅବସରରେ ମୋଟୁ ମୁଗିପଏଟଂ ମଧୂସୁଦନ ପାର୍କ ଠାରେ ଶହିଦ ଲକ୍ଷ୍‌ଣ ନାୟକ,ଉତ୍କଳଗୌରବ ମଧୂସୁଦନଦାସ,ଉତ୍କଳମଣୀ ଗୋପବନ୍ଧୁଦାଶ,ନେତାଜୀ ସୁବୁଷଚନ୍ଦ୍ର ବୋଷ ମହାପୁରଷ ଙ୍କ ନୂତନ ପ୍ରତିମୂର୍ତୀ କୁ ଅତିଥିି ମାନେ ଉନ୍ନୋଚନ କରି ଉତ୍ସବର ଶାନ୍ତି କୋପତକୁ ଉଡାଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟୁ,ପୁଷୁଗୁଡା,ଆଲମା,ପେଟା,ଏମଭି୭୯, ଏମଭି୭୨, ଏମଭି୮୮, କାଲିମେଳା,ପଡିଆ ବିଭିନ୍ନ ଅଚଂଳରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ଯୋଗଦେଇ ଉତ୍ସବରେ ବିଭୋର ହୋଇ ନୃତ୍ୟ କରିଥିଲେ । ହଜାର ହଜାର ସଂଖ୍ୟରେ ମହିଳା ମାନେ କଦଳିପଟୁଆରେ ଡଙ୍ଗା ତିଆରି କରି କଳସ ଯାତ୍ରା ସମୟରେ ପବିତ୍ର ସିଲେରୁ,ସାବେରୀ ନଦୀରେ ଡଙ୍ଗା ଭସାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରି ବିଭିନ୍ନ ରାଜନୈତିକ ନେତା ଓ ହଜାର ହଜାର ସଂଖ୍ୟାରେ ଜନସାଧରଣ ଉପସ୍ଥିତ ଥିଲେ । ମୋଟୁ,ଏମଭି୭୯ ଥାନା ପୁଲିସ ,ବିଏସଏଫ ଯବାନ ମାନଙ୍କ ପକ୍ଷରୁ ସୁରକ୍ଷାବ୍ୟବସ୍ଥା କରାଯାଇଥିଲା, ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନଦୀରେ ବୋଟ ସହ ସୁରକ୍ଷା ବ୍ୟବସ୍ଥା କରିଥିଲେ । ମୋଟୁ ଠାରୁ ସ୍ୱତନ୍ତ୍ର ଗାଡିରେ ପବିତ୍ର କଳସ ଜଳକୁ ମାଲକାନଗିରି ଜିଲ୍ଲା ସଦରମହକୁମା କୁ ନିଆ ଯାଇିଲା । ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଶୁଭ ଜଳପୁଣ୍ଣ ର୍କଳସ ପହଁଚିବାପରେ ସିଡିଓମଓ କାର୍ଯ୍ୟାଳୟ ଠାରୁ ବିରାଟ ସୋଭା ଯାତ୍ରାରେ ବଣ୍ଡା,କୋୟା, ପରଜା, ଭୁମିୟା, ଧୁରୁଆ,ସାନ୍ତାଳି ଆଦିବାସୀ ଢେମସା ନୃତ୍ୟର ତାଳେ ତାଳେ ସହରପରିକ୍ରମା କରାଯାଇ ଜଗନ୍ନାଥ ମନ୍ଦିରକୁ ନିଆଯାଇ ସେଠାରେ କଳସ ସ୍ଥାପନା କରାଯାଇଥିଲା ବିଭିନ୍ନ ଅଚଂଳରୁ ଆସିଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠି,ମାଲକାନଗିରି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ,ଘଡେଇ ଆବାସିକ ମହାବିଦ୍ୟାଳୟ, ଓମଭୃ ର୍ସ୍ୱ ଆବାସୀକ ମହାବିଦ୍ୟାଳୟ,ସତ୍ୟନାରାୟଣ ମହାବିଦ୍ୟାଳୟ,ବିଜ୍ଞାନ ମହାବିଦ୍ୟାଳୟ ର ଶତାଧିକ ଛାତ୍ର, ଛାତ୍ରୀ ମାନେ ଏହି ସୋଭା ଯାତ୍ରାରେ ସହରପରିକ୍ରମା କରିଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଜିଲ୍ଲାସ୍ତର ମୁଖ୍ୟଉତ୍ସବ ୭ତାରିଖଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ, ୭ତାରିଖ ସକାଳେ ଜଗନ୍ନାଥ ମନ୍ଦିର ଠାରୁ ବିରାଟ କଳସ ସୋଭା ଯାତ୍ରା ବାହାରି ମାଲ୍ୟବନ୍ତ ମଣ୍ଡପ ନିକଟରେ ପହଁଚିବ, ଏହି ଜିଲ୍ଲାସ୍ତର ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟବାହାରୁ ନାମି ଦାମି କଳାକାର,ସାଂସ୍କୃତିକ ନାଟ୍ୟଦଳ ସହିତ ଚଳଚିତ୍ର ଓ ଟିଭି ଅଭିନେତା,ଅଭିନେତ୍ରୀ ମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ୯ତାରିଖରେ ଜିଲ୍ଲା ସଦରମହକୁମା ଠାରେ ପଥଉତ୍ସବ ଓ ଫଟୋପ୍ରଦର୍ଶନୀ ପ୍ରତିଯୋଗୀତା ଅନୁଷ୍ଠିତ ହେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.