Home ଓଡ଼ିଶା ସିଲେରୁ ନଦୀରେ ଡଙ୍ଗାବୁଡିରେ ନିଖୋଜ ଯୁବକର ଦୁଇଦିନ ପରେ ମୃତଶରୀର ଉଦ୍ଧାର

ସିଲେରୁ ନଦୀରେ ଡଙ୍ଗାବୁଡିରେ ନିଖୋଜ ଯୁବକର ଦୁଇଦିନ ପରେ ମୃତଶରୀର ଉଦ୍ଧାର

71

ମାଲକାନଗିରି,୨୧ ।୬ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବନଦୁର୍ଗା ମନ୍ଦିର ପାଖ ସିଲେରୁ ନଦୀ ରେ ଡଙ୍ଗାବୁଡିରେ ଗତ ଦୁଇଦିନହେଲା ଜଣେ ଯୁବକ ନିଖୋଜ ଥିଲେ . ଆଜି ସେହି ଯବକଙ୍କର ମୃତ ଶରୀର କୁ ଅଗ୍ନିଶମବିଭାଗ କର୍ମଚାରି ମାନେ ଉଦ୍ଧାର କରିଛନ୍ତି । ଚିତ୍ରକୋଣ୍ଡା ଟିଡିଆର କଲୋନୀରେ ରହୁଥିବା ଆଇନଜୀବୀ ଦୀଲିପ କୁମାର ମିଶ୍ରଙ୍କ ଏକ ମାତ୍ର ପୁତ୍ର ଦୀପ୍ତିଦେବାଶିଶ ମିଶ୍ର(୨୦) ଶନିବାର ଅପରାହ୍ନରେ ଦୁର୍ଗାମନ୍ଦିର ଘାଟ ନିକଟରୁ ଏକ ଦେଶି ଡଙ୍ଗାରେ ସିଲେଇପୁଟ ନଦୀଘାଟକୁ ଯାଉଥିବା ବେଳେ ହଟାତ ବର୍ଷା ପବନ ହୋଇ ଡଙ୍ଗାଟି ପାଣିରେ ବୁଡି ଯାଇଥିଲା ।ନଦୀକୁଳରେ ଥିବା କିଚି ମାଛ ଧରାଳି ଏହା ଦେଖି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଥାନା ଓ ତହସିଲଦାରଙ୍କୁ ଜଣାଇ ସେମାନେ ଉଦ୍ଧାରକରିବା ପାଇଁ ଚେଷ୍ଟାକରିଥିଲେ । ନଦୀଘାଟରେ ତହସିଲଦାର ଟି ପଦ୍ମନାଭ ଦୋରା,ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ,ପୁଲିସ ଓ ଅଗ୍ନିଶମବିଭାଗ କର୍ମଚାରୀ ମାନେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ଗତ ଦୁଇଦିନହେଲା ଉଦ୍ଧାର କାର୍ଯ୍ୟ ଚୁଲରଖିଥିଲେ । ଆଜି ସକାଳେ ଅଗ୍ନିଶମ ବିବାଗ କର୍ମଚାରି ଓ ମାଛଧରାଳି ମାନେ ନଦୀଘାଟରେ ପୁଣି ଖୋଜା ଖୋଜି କରିବାପରେ ନିଖୋଜ ଦୀପ୍ତ ଦେବାଶିଶର ମୃତ ଶରୀର ମିଳିଥିଲା । ଚିତ୍ରକୋଣ୍ଡା ଥାନା ପୁଲିସ ଏକ ଅପମୃତ୍ୟୁ ମାମାଲା ରୁଜୁକରି ମୃତ ଶରୀର ଜବତ ପରେ ଶବବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଦୀପ୍ତି ଦେବାଶିଶ ମିଶ୍ର ଙ୍କ ମୃତ୍ୟୁ ଖବର ପାଇ ଚିତ୍ରକୋଣ୍ଡା ସହରରେ ଶୋକର ଛାୟା ଖେଳି ଯାଇଛି ।ଦୀପ୍ତି ବାପା ମାଙ୍କର ଗୋଟିଏ ମାତ୍ର ପୁତ୍ର ହୋଇଥିବାରୁ ତାଙ୍କର ମୃତ୍ୟୁରେ ବାପା ମା ଙ୍କ ଆଖିରୁ ଲୁହ ଶୁଖୁନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.