Home ଜିଲ୍ଲା ପରିକ୍ରମା ସିରୋଲୋଜିକାଲ ସର୍ଭେ ରିପୋର୍ଟ,୫୦ପ୍ରତିଶତ ଲୋକଙ୍କ ଦେହରେ କରୋନା ପ୍ରତିରୋଧକ ଶକ୍ତି ରହିଛି

ସିରୋଲୋଜିକାଲ ସର୍ଭେ ରିପୋର୍ଟ,୫୦ପ୍ରତିଶତ ଲୋକଙ୍କ ଦେହରେ କରୋନା ପ୍ରତିରୋଧକ ଶକ୍ତି ରହିଛି

83

ମାଲକାନଗିରି,୧୭ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଆରଏମଆରସି ର ପ୍ରୟାସରେ ପୌରାଚଂଳରେ ସିରୋଲୋଜିକାଲ ସର୍ଭେ ଓ ୧୬୧୩ ଜଣଙ୍କଠାରୁ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠା ଯାଇଥିଲା । ଇତିମଧ୍ୟରେ ରିପୋର୍ଟ ଜିଲ୍ଲାପ୍ରଶାସନ ନିକଟରେ ପହଁଚି ଯାଇଛି । ପୌରାଚଂଳରୁ ସିରୋଲୋଜିକାଲ ପାଇଁ ସଂଗ୍ରହ ହୋଇଥିବା ୧୬୩୧ ଟି ରକ୍ତ ନମୁନା ମଧ୍ୟରୁ ୫୯୫ କୋଭିଡ ଯୋଦ୍ଧା ଯଥା ଡାକ୍ତର,ସ୍ୱାସ୍ଥ୍ୟକର୍ମୀ, ପୁଲିସ,ଗଣମାଧ୍ୟମ ପ୍ରତିନିଧି,ସରକାରି କର୍ମଚାରୀ ଓ ୧୦୧୮ ଟି ସାଧାରଣ ଲୋକଙ୍କର ଥିଲା । ଏହି ରକ୍ତନମୁନା ପରୀକ୍ଷାରୁ ଜଣାପଡିଛି ମୋଟ୫୦ପ୍ରତିଶତ ଲୋକଙ୍କ ଦେହରେ କରୋନା ପ୍ରତିରୋଧକ ଶକ୍ତି ଉତ୍ପନହୋଇ ସାରିଛି । ଅନ୍ୟ ୫୦ପ୍ରତି ଶତ ଲୋକଙ୍କ ଦେହରେ ପ୍ରତିରୋଧକ ଶକ୍ତି କମଅଛି ,ଜିଲ୍ଲାରେ ୪୨ ଟି ଗ୍ରାମରେ ସିରୋଲୋଜିକାଲ ସର୍ଭେ ସହ ରକ୍ତନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠା ଯାଇଛି ତାହାର ବିବରଣୀ ହସ୍ତଗତ ହୋଇନଥିବାର ଆଜି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ୫୦ପ୍ରତି ଶତ ଲୋକଙ୍କ ଦେହରେ ପ୍ରତି ରୋଧକ ଶକ୍ତି କମଥିବାରୁ କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ସାମଜିକ ଦୁରତା ଅବଲମ୍ବନ କରିବା ସହିତ ମୁହଁରେ ମାସ୍କ ଲଗାଇବା ପାଇଁ ଜିଲ୍ଲାପାଳ ଶ୍ରୀଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି । କରୋନା ମହାମାରି ଦିନକୁ ଦିନ ବ୍ୟାପିଚାଲିଥିବାରୁ ଗତ ୬,୭,୮,୯ ତାରିଖରେ ମାଲକାନଗିରି ପୌରପରିଷଦ ଅଚଂଳର ୧୯ଟି ଯାକ ଓ୍ୟାର୍ଡ ଓ ୪୨ଟି ଗ୍ରାମରେ ଆଇସିଏମଆର-ଆରଏମଆରସି ର ବିଶେଷଜ୍ଞ ଦଳ ଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ସିରୋଲୋଜିକାଲ ସର୍ଭେ ଓ ରକ୍ତନମୁନା ସଂଗ୍ରହ କରା ଯାଇଥିଲା । ଏହା ଦ୍ୱାରା କୋରନା ପ୍ରତିରୋଧକ ଶକ୍ତି ଲୋକମାନଙ୍କ ମଧ୍ୟରେ କେତେ ପରିମାଣର ରହିଛି ତାହା ସ୍ପଷ୍ଟ ହେବ ବୋଲି ଏହି ବିଶେଷଜ୍ଞ ଦଳ ମତ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.