Home ଓଡ଼ିଶା ସିରିଜ କବଜା କଲା ବିରାଟ ଵାହିନୀ

ସିରିଜ କବଜା କଲା ବିରାଟ ଵାହିନୀ

673

ନୂଆଦିଲ୍ଲୀ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତର ବିରାଟ ବିଜୟ । ୨-୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ । ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ବିଶାଳ ୨୫୭ ରନ୍‌ରେ ହରାଇ ସିରିଜ୍‌ କବ୍‌ଜା କରିଛି ବିରାଟ ବାହିନୀ । ଏହା ସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ଅଷ୍ଟମ ଟେଷ୍ଟ ଜିତିଛି । ଏହି ମ୍ୟାଚ୍‌ ବିଜୟ ସହ ବିରାଟ କୋହଲୀ ହୋଇଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ୍‌ ଇତିହାସରେ ସଫଳତମ ଅଧିନାକୟ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ୨୭ଟି ଟେଷ୍ଟ ଜିତିଥିବା ବେଳେ କୋହଲୀ ୨୮ଟି ଟେଷ୍ଟ ମ୍ୟାଚ୍‌ ଜିତିଛନ୍ତି ।

ଘରୋଇ ୱେଷ୍ଟଇଣ୍ଡିଜ୍‌ ଆଗରେ ୪୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଏହି ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍‌ ୨୧୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ଉଭୟ ଇନିଂସରେ ସଫଳତାର ସହ ବ୍ୟାଟିଂ କରିଥିବା ହନୁମା ବିହାରୀ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ । ପୂରା ସିରିଜ୍‌ରେ ବିହାରୀ ୨୮୯ ରନ୍‌ କରିଥିବା ବେଳେ ରାହାଣେ କରିଥିଲେ ୨୭୧ ରନ୍‌ । ସେହିପରି ବୁମ୍‌ରାହ ୧୩ ଓ ଇଶାନ୍ତ ଶର୍ମା ସର୍ବାଧିକ ୧୧ଟି ଓ୍ଵିକେଟ୍‌ ନେଇଛନ୍ତି । ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆ ଦିନିକିଆ ଓ ଟି-୨୦ ପରେ ଟେଷ୍ଟ ସିରିଜ୍‌ ମଧ୍ୟ କବ୍‌ଜା କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.