Home Top News ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର...

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ୨୪ ଘଂଟାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ହେଲା ସମାଧାନ

38

– ୨୮ ହଜାର ୩୧୦ ଛାତ୍ରଛାତ୍ରୀ ହେଲେ ଉପକୃତ
ନୂଆ ଦିଲ୍ଲୀ ୧୫-୩ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପରେ ସିବିଏସଇ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରାଯାଇଛି। ଏହା ଦ୍ୱାରା ୨୮ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।

ଗତ ୧୧ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତରରେ ସାମଞ୍ଜସ୍ୟ ନ ଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଂଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ ଏହି କମିଟି ପରୀକ୍ଷାର ତ୍ରୁଟିକୁ ଅନୁଧ୍ୟାନ କରିଥିଲେ।

ଏହି କମିଟିର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରାଯିବା ପରେ ରିପୋର୍ଟ ଆଧାରରେ ସିବିଏସ୍‌ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତର ସହ ମୂଲ୍ୟାଙ୍କନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.