Home ଜିଲ୍ଲା ପରିକ୍ରମା କଙ୍କଡାଝର ନଦୀ ପାଣିଖିଆ ଆଡିବନ୍ଧ ୧୫ ବର୍ଷ ହେଲା ଅକାମୀ

କଙ୍କଡାଝର ନଦୀ ପାଣିଖିଆ ଆଡିବନ୍ଧ ୧୫ ବର୍ଷ ହେଲା ଅକାମୀ

26

ନୟାଗଡ଼ ୧୫/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ ଗଭୀର ନଳକୂପ ଖନନ ଯୋଗୁଁ ଭୁଗର୍ଭର ଜଳସ୍ଥର ଦିନକୁ ଦିନ କମିବାରେ ଲାଗିଛି। ଯାହାଫଳରେ ଖୋଲାକୂପ ଓ ନଦୀନାଳ ରୁ ଜଳ ଅତିଶ୍ରୀଘ୍ର ଶୁଖିଯାଉଛି। ଯାହାକୁ ନେଇ ଭୁତତ୍ତ୍ୱବିତ୍ ମାନେ ଗଭୀର ଉଦବେଗ୍ ପ୍ରକାଶ କରୁଛନ୍ତି। ତେଣୁ ସରକାର ବହି ଯାଉଥିବା ପାହାଡିଆ ନଦୀ ଗୁଡିକରେ ଆଡିବନ୍ଧ ନିର୍ମାଣ କରି ବହି ଯାଉଥିବା ନଦୀ ଜଳ କୁ ସଂରକ୍ଷିତ କରି ଭୁଗର୍ଭର ଜଳସ୍ଥର କୁ ଉପରକୁ ଆଣିବା ପାଇଁ ଯୋଜନା କରିଥିଲେ। ଏଥିସହ ସଂରକ୍ଷିତ ଜଳକୁ ପାହାଡିଆ ନଦୀ କୂଳରେ ଥିବା ଚାଷିମାନେ ବିନିଯୋଗ କରି ରବି ଫସଲ ଆଦି କରି ନିଜର ଆର୍ôଥକ ମାନଦଣ୍ଡ ସୁଦୃଢ କରିବା ଲକ୍ଷ ଥିଲା। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଲକ୍ଷ ଠାରୁ ଯୋଜନା ବହୁ ଦୂରକୁ ଚାଲିଯାଇଥିବା ଜଣାପଡିଛି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ନୂଆନନ୍ଦପୁର ନିକଟ କଙ୍କଡାଝର ନଦୀ ପାଣିଖିଆ ଆଡିବନ୍ଧରେ। ୨୦୦୭ ମସିହାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରେ ୭ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ପାଣିଖିଆ ଠାରେ ଏକ ଆଡିବନ୍ଧ ନିର୍ମାଣ କରାଯାଇଥିଲା। ଯାହାକି ନିର୍ମାଣର ୨ ମାସ ପରେ ଆଡିବନ୍ଧ କଡରେ ଏକ ଘାଇ ସୃଷ୍ଟି ହୋଇଥିଲା। ୧୫ ବର୍ଷ ହେଲା ସେହିଘାଇ ବନ୍ଧାହେବା ହୋଇନଥିଲା କି ଆଡିବନ୍ଧ ମରାମତି ହୋଇନଥିଲା। ଯାହାଫଳରେ ଆଡିବନ୍ଧ ନିର୍ମାଣ ହୋଇଥିବା ଉଦେସ୍ୟ ସାଧିତ ହୋଇପାରୁନାହିଁ।

ଏଭଳି ୧୫ ବର୍ଷ ହେଲା ହୋଇଥିଲେ ମଧ୍ୟ ବ୍ଲକ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟିର ଅନ୍ତରାଳେ ରହିଥିବା ଜଣାପଡିଛି। ଉପକୃତ ଅପେକ୍ଷାରେ ଥିବା କୃଷକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି। ଏ ସର୍ମ୍ପକେ ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବି ନାରାୟଣ ସାହୁଙ୍କୁ ଯୋଗାଯୋଗ କରିବା ପରେ କୁହନ୍ତି ଏହି ଖବର ମୋର ଦୃଷ୍ଟି ଗୋଚର ହୋଇପାରିନାହିଁ। ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ଗ୍ରାମ ରୋଜଗାର ସେବକ କୁ କହିଲେ ସେ ଆଡିବନ୍ଧ ମରାମତି ସର୍ମ୍ପକେ ପ୍ରସ୍ତାବ ଦେଲେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଆଇନ ରେ ଆଡିବନ୍ଧର ମରାମତି ହୋଇ କାର୍ଯ୍ୟକ୍ଷମ ହୋଇପାରିବ। ଏ ସର୍ମ୍ପକେ ଗ୍ରାମ ରୋଜଗାର ସେବକ ନବଘନ ବେହେରା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଚଳିବର୍ଷ ବାର୍ଷିକ କାର୍ଯ୍ୟ ଖସଡା ନିର୍ବାଚନ ଯୋଗୁଁ ପ୍ରସ୍ତୁତି ହୋଇନାହିଁ। ଏ ବର୍ଷ କାର୍ଯ୍ୟ ଖସଡା ପ୍ରସ୍ତୁତି ସମୟରେ ପାଣିଖିଆ ଆଡିବନ୍ଧ ମରାମତି କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯିବ। ଏ ସର୍ମ୍ପକେ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ କୁହନ୍ତି ରଣପୁର ଅଂଚଳରେ ଅବହେଳିତ ଜଳ ସେଚନ ପ୍ରକଳ୍ପ ଗୁଡିକୁ ସମ୍ପୁର୍ଣ୍ଣ କାର୍ଯ୍ୟକାରୀ କରାଇବା ମୋର ପ୍ରଥମ ପଦକ୍ଷେପ ହେବ। ତେଣୁ ମୁଁ ଦାୟୀତ୍ୱ ନେଲା ପରେ କଙ୍କଡାଝର ନଦୀ ପାଣିଖିଆ ଆଡିବନ୍ଧ ମରାମତି ପାଇଁ ପ୍ରଥମେ କାର୍ଯ୍ୟ ଆରମ୍ଭ କରିବି। ସମୟ କହିବ ୧୫ ବର୍ଷ ଅକାମି ହୋଇ ପଡିଥିବା ଆଡିବନ୍ଧ କେବେ କାର୍ଯ୍ୟକ୍ଷମ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.