Home ଜିଲ୍ଲା ପରିକ୍ରମା ସିପିଆଇଏମ୍ ପକ୍ଷରୁ ପ୍ରତିବାଦ ସଭା

ସିପିଆଇଏମ୍ ପକ୍ଷରୁ ପ୍ରତିବାଦ ସଭା

33

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ଭଦ୍ରକ ଜିଲା କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏଥିପୂର୍ବରୁ ବିଶିଷ୍ଟ ଅଧିବକ୍ତା ତଥା ସିପିଆଇଏମ୍ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ବିକାଶ ନାଥ, କାଳନ୍ଦୀ ପାତ୍ର ଓ ମହେଶ୍ୱର ନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସେଠାରେ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପରୋକ୍ତ ନେତାମାନଙ୍କ ସହ ନିରଞ୍ଜନ ପାଣି, ରାଧା ଦାସ, ପ୍ରଫୁଲ୍ଲ ପାଢୀ, ପ୍ରତାପ ସେଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରିତ କରିବାରେ ବିଫଳତାକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ନିରବତା ଜନିତ ଜନବିରୋଧୀ ନୀତିକୁ ବକ୍ତାମାନେ କଠୋର ନିନ୍ଦା କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.