Home ଜିଲ୍ଲା ପରିକ୍ରମା ମଇ ମାସ ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି କରିବାକୁ ଦାବି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର...

ମଇ ମାସ ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି କରିବାକୁ ଦାବି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଅଧିବେଶନ

62

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀ ଅଧିବେଶନ ଜିଲ୍ଲା ସଭାପତି ଭାସ୍କର ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ସ୍ଥାନୀୟ କର୍ମଚାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ମନୋରଂଜନ ନାୟକ, ବରିଷ୍ଠ ଉପଦେଷ୍ଟା ବାବୁଲା ରାଉତ୍‌, ତିହିଡ଼ି ବ୍ଲକ ସଂପାଦକ ରମାକାନ୍ତ ଦାସ, ସଭାପତି ମାୟାଧର ସାହୁ, ଚାନ୍ଦବାଲି ବ୍ଲକ ସଂପାଦକ ଦେବବ୍ରତ ରାଉତ, ବନ୍ତ ବ୍ଲକ ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ଧାମନଗର ବ୍ଲକ ସଂପାଦକ ରାଜେଶ ଦାସ, ସଭାପତି ଅରୁଣ କୁମାର ମଲ୍ଲିକ, ଉପଦେଷ୍ଟା ଭାସ୍କର ଚନ୍ଦ୍ର ନାୟକ, ବାଇଧର ପଲେଇ, ଶିକ୍ଷକ ନେତା ସମୀର ଜେନା, ରୂପେଶ କୁମାର ସାହୁ, ବିଶ୍ୱନାଥ ଦାସ, ଜିଲ୍ଲା ସଂଗଠନ ସଂପାଦକ କୃପାସିନ୍ଧୁ ବାରିକ, କୋଷାଧ୍ୟକ୍ଷ ଗିରିିଧାରୀ ଚାନ୍ଦ, ବାସୁଦେବପୁର ବ୍ଲକ ସଭାପତି ସୁଦର୍ଶନ ପାତ୍ର, ଓଷ୍ଟା ସଂଘର ସଂପାଦକ ପ୍ରଦୀପ୍ତ ଦାସ, ଅକ୍ଷୟ ହୋତୋ, ସୁରଜିତା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଚଳିତ ବର୍ଷର ଗ୍ରୀଷ୍ମବକାଶକୁ ନେଇ ବ୍ୟାପକ ବିଚାର ବିମର୍ଷ କରାଯାଇଥିଲା।

ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ କଷ୍ଟ ଅନୁଭବ କରୁଛନ୍ତି। ସେମାନଙ୍କୁ ଅଂଶୁଘାତର ଭୟ ମଧ୍ୟ ରହିଛି। ତେଣୁ ଉଭୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଆଲୋଚନାକ୍ରମମେ ଗ୍ରୀଷ୍ମ ଛୁଟିକୁ ସମ୍ପୂର୍ଣ୍ଣ ବାତିଲ ନକରି ଆସନ୍ତା ମେ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇ ଜୁନ ଏକ ତାରିଖରୁ ବିଦ୍ୟାଳୟ ଖୋଲିବାକୁ ସରକାରଙ୍କ ଠାରେ ଦୃଢ଼ ଦାବି ଉପସ୍ଥାପନ କରାଗଲା। ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଓ ଜିଲ୍ଲା ଶାଖା ସଂଘ ନିର୍ବାଚନ ଆସନ୍ତା ୮.୫.୨୨ରିଖକୁ କର୍ମଚାରୀ ଭବନରେ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା। ମଧ୍ୟାହ୍ନ ଭୋଜନ ପାଇଁ ପଞ୍ଜାବ ନେସନାଲ ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ନିର୍ଦ୍ଦେଶର ପୁର୍ନବିଚାର କରିବା ପାଇଁ ଉପରିସ୍ତ କର୍ମଚାରୀଙ୍କ ଠାରେ ଦାବି ଉପସ୍ଥାପନ କରାଗଲା। ଲେବୁଲ-୫ (କ)ରୁ ଲେବୁଲ-୫(ଖ), ଲେବୁଲ ୫-(ଖ)ରୁ ଲେବୁଲ-୪ ଏବଂ ଗ୍ରାଜୁଏଟ ଟିଚର ପଦୋନ୍ନତିକୁ ତ୍ୱରାନ୍ୱିତ କରିବା ଦିଗରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ସ୍ଥିର କରାଗଲା। ଦୀର୍ଘ ୨ବର୍ଷ ଧରି କୋଭିଡ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ଅର୍ନ୍ତଭୂକ୍ତ ଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଯେଉଁ ବିଦ୍ୟାଳୟଗୁଡ଼ିକ ଅର୍ନ୍ତଭୂକ୍ତ ନୁହେଁ, ସେଗୁଡ଼ିକୁ ଶୀଘ୍ର ଖୋଲାଗଲେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନର ସୁଯୋଗ ପାଇବେ। ନାମଲେଖଢ଼ା ପାଇଁ ଏପ୍ରିଲ ୩୦ ଶେଷ ତାରିଖ ହୋଇଥିବାବେଳେ, ଯଥାଶୀଘ୍ର ଉକ୍ତ ବିଦ୍ୟାଳୟଗୁଡ଼ିକ ଖୋଲିବା ପାଇଁ ସଂଘ ତରଫରୁ ଶିକ୍ଷା ଅଧିକାରୀଙ୍କ ପାଖରେ ଦାବି ଉପସ୍ଥାପନ କରାଗଲା। ଉକ୍ତ ବୈଠକରେ ଜିଲ୍ଲା ଉପଦେଷ୍ଟା ନାରାୟଣ ଚନ୍ଦ୍ର ମଲ୍ଲିକ, ଭାବଗ୍ରାହୀ ଖୁଣ୍ଟିଆ ମାର୍ଗଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.