Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ର ଦୁଇଦିନିଆ ୧୦ମ ଜିଲା ସମ୍ମିଳନୀ ଭଦ୍ରକରେ ଉଦ୍‌ଯାପିତ

ସିପିଆଇ(ଏମ୍‌) ର ଦୁଇଦିନିଆ ୧୦ମ ଜିଲା ସମ୍ମିଳନୀ ଭଦ୍ରକରେ ଉଦ୍‌ଯାପିତ

35

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ୍‌) ଭଦ୍ରକ ଜିଲା କମିଟିର ଦୁଇଦିନିଅ ଜିଲା ସମ୍ମିଳନୀ ଆଜି ସଂସ୍କୃତି ଭବନରେ ଉଦ୍‌ଯାପିତ ହୋଇଛି । ଏହି ସମ୍ମିଳନୀ ପ୍ରାରମ୍ଭରେ ଏକ ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ ସହୀଦ ବେଦୀରେ ମାଲ୍ୟାର୍ପଣ ଦିଆଯାଇ ଜିଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଫୁଲ୍ଲ ପାଢୀ ସ୍ୱାଗତ ଭାଷଣ ରଖିବା ପରେ ଜିଲା କମିଟି ପକ୍ଷରୁ ଚନ୍ଦ୍ରଶେଖର ନାୟକ ବକ୍ତବ୍ୟ ରଖିଥିଲେ । ସିପିଆଇ(ଏମ୍‌) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଶିଷ୍ଟ ଶ୍ରମିକ ନେତା ଜନାର୍ଦ୍ଦନ ପତି ନିଜ ବକ୍ତବ୍ୟସେିପର କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାର ପାଖରେ ରାଜ୍ୟ ବିଜେଡି ସରକାର ଆତ୍ମ ସମର୍ପଣ କରିଛି ବୋଲି ତାର ସମସ୍ତ ଚିତ୍ର ଉପସ୍ଥାପନ କରିଥିଲେ । ଏବଂ ରାଜ୍ୟ ଜନତାଙ୍କର ସ୍ୱାର୍ଥରକ୍ଷା ପାଇଁ ସିପିଆଇ(ଏମ୍‌) ନିରନ୍ତର ଲଢେଇ କରୁଛି ବୋଲି କହିଥିଲେ । ଅନ୍ୟପକ୍ଷରେ ବିଜେପି, ବିଜେଡି ଏ ଦେଶର ପୁଂଜିପତି, କର୍ପୋରେଟ୍ ହାଉସ୍ ଆଗରେ ମୁଣ୍ଡ ନୁଆଁଇ ତାଙ୍କର ଶ୍ରେଣୀ ସ୍ୱାର୍ଥ ରକ୍ଷା କରୁଛି ବୋଲି ଅବଗତ କରାଇଥିଲେ । ଅନ୍ୟତମ ବକ୍ତା ଭାବେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ନିର୍ମଳ ନାୟକ ବକ୍ତବ୍ୟ ରଖିବା ପରେ ନାରୀନେତ୍ରୀ ତାପସୀ ପ୍ରହରାଜ ସାମ୍ପ୍ରଦାୟିକ ସଂପ୍ରିତି ରକ୍ଷା କରିବା, ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ଧର୍ମନିରପେକ୍ଷ ବ୍ୟକ୍ତିମାନଙ୍କ ମିଳିତ ମଂଚରେ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

ସମ୍ମିଳନୀକୁ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟିର ସଂପାଦକ ରାଧା ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାପରେ ପ୍ରତିନିଧି ଅଧିବେଶନ ସଂସ୍କୃତି ଭବନ ଠାରେ ଆରମ୍ଭ ହୋଇଥିଲା । ପ୍ରଫୁଲ୍ଲ ପାଢୀ, ପ୍ରଭାତୀ ଜେନା ଓ ସେକ୍ ସନାଉଲ୍ଲାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ । ସମ୍ମିଳନୀର ପ୍ରତିନିଧି ଅଧିବେଶନକୁ ଆନୁଷ୍ଠାନିକ ଭାବେ ଶ୍ରୀ ପତି ଉଦ୍‌ଘାଟନ କରିଥିଲେ । ଏହାପରେ ସମ୍ମିଳନୀର ବିଗତ ୩ ବର୍ଷର କାର୍ଯ୍ୟାବଳୀ ରିପୋର୍ଟ ଉପସ୍ଥାପନ କରିଥିଲେ ଜିଲା ସଂପାଦକ ଦିବ୍ୟସିଂହ ନାୟକ । ୧୭ ଜଣ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦୁଇଦିନ ଧରି ଚାଲିଥିବା ଏହି ଅଧିବେଶନରେ କଳା କୃଷି ଆଇନ୍‌, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ, ଘରୋଇକରଣ, ମୁଦ୍ରାକରଣ, କ୍ଷେତ ମଜଦୁରଙ୍କ ପାଇଁ କେନ୍ଦ୍ରୀୟ ଆଇନ୍‌, ଦରଦାମ ବୃଦ୍ଧି ବିରୁଦ୍ଧରେ ପ୍ରସ୍ତାବ, ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ଏବଂ ଭଦ୍ରକ ଜିଲାରେ ସାମଗ୍ରିକ ବିକାଶକୁ ନେଇ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ଏହାପରେ ସମ୍ମିଳନୀ ଆସନ୍ତା ବର୍ଷ ପାଇଁ ଏକ ୧୭ ଜଣିଆ ଜିଲା କମିଟିକୁ ସମ୍ମିଳନୀ ନିର୍ବାଚିତ କରିଥିଲା । ଏହି କମିଟିର ସଂପାଦକ ଭାବେ ଦିବ୍ୟସିଂହ ନାୟକ ପୁନଃ ନିର୍ବାଚିତ ହୋଇଥିଲେ । ଜିଲା କମିଟି ସଭ୍ୟ ଭାବେ ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ମଳୟ ଭୋଇ, ନିରଂଜନ ପାଣି, ରାଧା ଦାସ, ବିଷ୍ଣୁ ଦାଶ, ରମେଶ ସାହୁ, ଗୟାଧର ସାହୁ, ଜଇନୁଲ ଆବେଦିନ, ବିକାଶ ନାଥ ଓ ବିନୋଦ ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.