Home କୋରାପୁଟ କୁନ୍ଦ୍ରା ଅବକାରୀ ଚଢାଉ ବେଳେ ୧୭୪୪୦୦ ଲିଟର ପୋଚ ଓ ୮୪୦ ଲିଟର ମଦ ଜବତ

କୁନ୍ଦ୍ରା ଅବକାରୀ ଚଢାଉ ବେଳେ ୧୭୪୪୦୦ ଲିଟର ପୋଚ ଓ ୮୪୦ ଲିଟର ମଦ ଜବତ

21

କୋରାପୁଟ ୨୪-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ କୁନ୍ଦ୍ରା ବ୍ଲକର  ସିଉନିଗୁଡା ଗ୍ରାମ ନାଳକଡରେ ମଦ ଓ ପୋଚ ରନ୍ଧା ହୋଇଥିବା ସ୍ଥାନରେ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ଚଢାଉ କରିଥିଲେ । ୧୭୪୪୦୦ ଲିଟର ପୋଚ ଓ ୮୪୦ ଲିଟର ମଦ ଜବତ କରି ନଷ୍ଟ କରି ଦିଆଯାଇଥିବା ଜଣାପଡିଛି ।ଜୟପୁର ଅବକାରୀ ନିରୀକ୍ଷକ ଦୁର୍ବାଦଳ ବିଶ୍ୱାଲ,ଡିଏଫଏସ ନିରୀକ୍ଷକ ଦିଲିପ କୁମାର ରଥ ,କୋଟପାଡ ଅବକାରୀ ଉପନିରୀକ୍ଷକ ତ୍ରୀପତି ପଟନାୟକ ,ଏସଆଇ ଖଗେଶ୍ୱର କଟ୍ଟା ପ୍ରମୁଖଙ୍କ ସହ ଅବକାରୀ କନେଷ୍ଟବଲମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.