Home ଓଡ଼ିଶା ସିନିୟର୍ ସିଟିଜେନ୍‌, ବୟବୃଦ୍ଧ ବ୍ୟକ୍ତି ମାନେ ଜନ ଗହଳି ରୁ ଦୂରେଇ ରୁହନ୍ତୁ : ଜିଲ୍ଲାପାଳ...

ସିନିୟର୍ ସିଟିଜେନ୍‌, ବୟବୃଦ୍ଧ ବ୍ୟକ୍ତି ମାନେ ଜନ ଗହଳି ରୁ ଦୂରେଇ ରୁହନ୍ତୁ : ଜିଲ୍ଲାପାଳ ବଲୱନ୍ତ ସିଂ

166

ପୁରୀ ୨୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରୁ ୪ ଜଣ କୋରନା ଚିହ୍ନଟ ହୋଇଛନ୍ତି ସେଥିରୁ ଜଣେ ସୀମଟୋମ୍ୟାଟ୍ରିକ୍ କୋରନା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ୩ ଜଣ କଟାଂକ୍ଟ ଟ୍ରେସିଂରେ ଆକ୍ରାନ୍ତ ଜଣାପଡିଛନ୍ତି। ଏସମସ୍ତ ୪ ଜଣ ପୁରୀ ମ୍ୟୁନିସ୍ପାଲଟି ଅଚଂଳର। ତେବେ ଜିଲ୍ଲାରେ ଥିବା ସମସ୍ତ ବଡ, ଛୋଟ ବା ଉଠାଦୋକାନମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଗ୍ରାହାକ ମାନେ ଆସିବାବେଳେ କିଭଳି ମାସ୍କ ପିନ୍ଦିବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ। ସେଥିପ୍ରତି ଦୋକାନ ସଜାଗ ରହିବେ। ଦୋକାନ ସାମ୍ମାରେ ଏନେଇ ବ୍ୟାନର ମାରିବେ। ଏଥିରେ ଅବମାନନା ହେଲେ, କଡା କାର୍ଯ୍ୟନୁଷ୍ଠାନ ନିଆଯିବ। ଏଭଳି ମହାମାରୀ ସମୟରେ ସମସ୍ତଙ୍କ ଗୋଟିଏ ଶତୃ କୋରନା। ଯଦି କେହି ଜାତିଗତ, ଭାଷା ଗତ ବିବାଦ ଉଠାଇ ଅପପ୍ରଚାର କରେ ତେବେ ନିଆଯିବ କାର୍ଯ୍ୟନୁଷ୍ଠାନ। ଯଦି କୌଣସୀ ବ୍ୟକ୍ତି କୋରନା ଚିକିତ୍ସା ପରେ ଡିସ୍‌ଚାର୍ଜ ହୋଇ ଫେରେ ତେବେ ତାଠାରୁ ଦୂରାନ୍ତୁନି। ତାକୁ ସ୍ନେହ ଏବଂ ଶ୍ରଦ୍ଧା କରନ୍ତୁ। ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଘରର ବୟବୃଦ୍ଧ ବ୍ୟକ୍ତି ବା ସିନିୟର ସିଟିଜେନ୍ ମାନେ ଜନ ଗହଳିରୁ ଦୂରେଇ ରୁହନ୍ତୁ। ଏଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.