Home ଜିଲ୍ଲା ପରିକ୍ରମା ସିଟିଏମ୍‌ଏସ୍ ଆନୁକୂଲ୍ୟରେ କଳାକାର ଦକ୍ଷତା ଚୟନ

ସିଟିଏମ୍‌ଏସ୍ ଆନୁକୂଲ୍ୟରେ କଳାକାର ଦକ୍ଷତା ଚୟନ

17

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଶହୀଦ୍ ସ୍ମୃତି ଭବନରେ ସିଟିଏମ୍‌ଏସ୍ (କଲ୍‌ଚୁରାଲ ଟିମ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ଆନୁକୂଲ୍ୟରେ କଳାକାର ଦକ୍ଷତା ଚୟନ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍‌କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇ ଯାଇଛି। ଗତ ଜୁଲାଇ ୧୩ ଓ ୧୪ ତାରିଖ ପାଲା ଓ ଦାସ୍‌କାଠିଆ ଦକ୍ଷତା ଚୟନ ହୋଇଥିବା ବେଳେ ଗତ ୩ ତାରିଖରୁ ୫ ତାରିଖ ଯାଏ ଘୋଡାନାଚ, ଘଣ୍ଟବାଦ୍ୟ, ଓଡ଼ିଶୀ ନୃତ୍ୟ, ଭଜନ ସଂଗୀତ, ସୁଗମ ସଂଗୀତ, ମୋଗଲ ତାମ୍‌ସା ଆଦି ମାଧ୍ୟମରେ ଦକ୍ଷତା ଚୟନ କରାଯାଇଥିଲା। ପାଲା ଓ ଦାସ୍‌କାଠିଆର ବିଚାରକ ଭାବେ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ଗାୟକ ଦୀନବନ୍ଧୁ ଦାସ ଯୋଗ ଦେଇଥିବା ବେଳେ ଅନ୍ୟ ବିଭାଗର ବିଚାରକ ଭାବେ ଗୁରୁ ଅନିରୁଦ୍ଧ ପରିଡ଼ା, ଗୁରୁ ତରଣୀସେନ ରାଉତ, ଅଜିତାନନ୍ଦ ଦେବଗୋସ୍ୱାମୀ, କେଶବ ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ବ୍ଳକ ଓ ନଗର କଳାକାର ସଂସ୍କୃତି ସଂଘର ଉପସଭାପତିମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.