Home କେନ୍ଦୁଝର ଯୋଡା : ଯୋଡା ପୌରପାଳିକା ପକ୍ଷରୁ ସ୍ୱଚ୍ଛ ସଚେତନତା ପ୍ରତିଯୋଗୀତା

ଯୋଡା : ଯୋଡା ପୌରପାଳିକା ପକ୍ଷରୁ ସ୍ୱଚ୍ଛ ସଚେତନତା ପ୍ରତିଯୋଗୀତା

19

ଯୋଡା, ୫ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଆନୁକୂଲ୍ୟରେ ଯୋଡା ପୌରପାଳିକାର ବିଭିନ୍ନ ୱାର୍ଡ ମାନଙ୍କରେ ସ୍ୱଚ୍ଛ ସଚେତନତା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡା ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଜଣାପଡିଛି। ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର, ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମହାବିଦ୍ୟାଳୟ ଛାତ୍ର-ଛାତ୍ରୀ, ସ୍ୱଚ୍ଛ କର୍ମି, ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜରମାନଙ୍କୁ ଏହି ପ୍ରତିଯୋଗୀତାରେ ସାମିଲ କରାଯାଉଛି। ଏହି ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ସ୍ୱୟତ୍ତ ଶାସନ ଦିବସ ଅବସରରେ ପୁରସ୍କୃତ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଡା ପୌରାଧ୍ୟକ୍ଷ ଡଃ ଜଗଦିଶ ପ୍ରସାଦ ସାହୁ, ଗୋଷ୍ଠୀ ସଂଯୋଜକ ରାଜଶ୍ରୀ ମିଶ୍ର, ପଦ୍ମନୀ ବେହେରା, ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରତାପ ନାଏକଙ୍କ ସହିତ ପୌରପାଳିକାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଛନ୍ତି। ଶୁକ୍ରବାର ଦିନ ଯୋଡା କଲ୍ୟାଣ ମଣ୍ଡପ ଠାରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱଚ୍ଛ ସମ୍ବନ୍ଧିତ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ମ୍ୟୁଜିକ୍ ଚେୟାର ଏବଂ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶ୍ରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶିରିଶ ଚନ୍ଦ୍ର ମହାନ୍ତି, ପ୍ରକାଶ ମହାନ୍ତି, ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୁତି ଭୂଷଣ ମହାନ୍ତି, ଜଗମୋହନ ଝଙ୍କର ବିଚାରକ ମଣ୍ଡଳି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଶନିବାର ଦିନ ସ୍ୱଚ୍ଛ କର୍ମି, ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରପାଇଜରଙ୍କୁ ନେଇ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.