Home Coronavirus Outbreak ସିଂହଦ୍ୱାର ଭକ୍ତ ଶୂନ୍ୟ ହୋଇଛି

ସିଂହଦ୍ୱାର ଭକ୍ତ ଶୂନ୍ୟ ହୋଇଛି

193

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମହାମାରୀ ବ୍ୟାପିବା ଯୋଗୁଁ ସମସଗ୍ର ଦେଶରେ ଲକଡାୁନ କରାଯାଇଛି। ଏହି ଅବସରରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଭକ୍ତଙ୍କଠାରୁ ଅଲଗା ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟେହ ସିଂହଦ୍ୱାରରେ କୋଳାହଳ ଲାଗିଥାଏ। ଭକ୍ତମାନେ ଧାଡିରେ ଆସି ସିଂହଦ୍ୱାର ପଟ ଦେଇ ମହାପ୍ରଭୁଙ୍କ ଭିତର କାଠ ନିକଟରେ କରିପାରୁଥିଲେ। କିନ୍ତୁ କୌଣସି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ। ତେଣୁ ଯେଉଁ ଭକ୍ତମାନେ ଆସୁଛନ୍ତି ସେମାନେ ବ୍ୟାରିକେଡ ପଛରେ ରହି ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି। ୧୯୬୦ରେ ଏହିପରି ଏକ ମହାମାରୀ ଯୋଗୁଁ ଭଗବାନଙ୍କୁ ଭକ୍ତମାନେ ଦର୍ଶନ କରିପାରିନଥିଲେ। ଠିକ୍ ୬୦ବର୍ଷ ପରେ ୨୦୨୦ରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଶ୍ରୀମୁଖ ଦର୍ଶନ କରିପାରୁନାହାଁନ୍ତି। ଲକଡାଉନ ହେବା ଦିନଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନଦିନ ପୂଜା ଠିକ୍ ଭାବେ ସଂପନ୍ନ ହେଉଛି। ଯାହାଯାହା ନୀତି ହେବା କଥା ତାହା ମଧ୍ୟ ହେଉଛି। କିନ୍ତୁ ବାଇଶି ପାହାଚ, ସାତପାହାଚ, ଜଗମୋହନ ଓ ପାଟ ଅଗଣାରେ ଭକ୍ତଙ୍କର ଗହଳି ଚହଳି ନାହିଁ। ସେହିପରି ଭକ୍ତମାନେ ଆନନ୍ଦ ବଜାରରୁ ମହାପ୍ରସାଦ ପାଉଥିଲେ। କିନ୍ତୁ ଆଜି ଆନନ୍ଦବଜାରରେ କଟକଣା ଯୋଗୁଁ ମହାପ୍ରସାଦ ନାହିଁ। କେବଳ ଯେଉଁମାନଙ୍କର ବରାଦି ଅବଢା ହେବ ସେଗୁଡିକୁ ସୁଆରମାନେ ପ୍ରସ୍ତୁତ କରି ଦେବେ। ଆଜି ବହୁଭକ୍ତ ଟିକେ କୈବଲ୍ୟ ପାଇବା ପାଇଁ ମଧ୍ୟ ବଂଚିତ ହୋଇଛନ୍ତି। ସିଂହଦ୍ୱାରେ ସେହି ଗହଳି ଚହଳି ନାହିଁ। ଆଉମାତ୍ର କେଇଦିନ ପରେ ଶ୍ରୀଜିଉମାନଙ୍କର ଚନ୍ଦନଯାତ୍ରା ଓ ରଥକାଠ ଅନୁକୂଳ କରାଯିବ। ଏହୌି ନୀତିକାନ୍ତି ସଂପର୍କରେ ବିଶ୍ୱାବସୁ ଦଇତାପତି ବିନାୟକ ଦାସ ମହାପାତ୍ର ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.