Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ଗୋଟିଏ ମାସର ଦରମା ଦାନକଲେ ଶିକ୍ଷୟତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ଗୋଟିଏ ମାସର ଦରମା ଦାନକଲେ ଶିକ୍ଷୟତ୍ରୀ

766

ହାଟଡ଼ିହି-୨୯/୩, କରୋନା ମହାମାରୀକୁ ନେଇ ଦେଶ ଏବେ ସଙ୍କଟରେ ଥିବାବେଳେ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏପରିକି ବିଧାୟକ, ଓ ସାଂସଦ ମାନେ ସେମାନଙ୍କ ଦରମା ରିଲିଫ ଫଣ୍ଡକୁ ପ୍ରଦାନ କରିଥିବାବେଳେ ହାଟଡିହି ବ୍ଲକ ଗୋପ ସ୍କୁଲର ଶିକ୍ଷୟତ୍ରୀ ଦେବଶ୍ରୀ ପରିଡା ତାଙ୍କର ଏକମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦେବଶ୍ରୀ ପରିଡା ଆଜି ତାଙ୍କର ଏକମାସର ଦରମା ୨୯୩୨୦ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କରେନା ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଏହି ଅବସରରେ ସେ ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସମସ୍ତେ ସହଯୋଗ କରିବା ସହିତ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.