Home ଜିଲ୍ଲା ପରିକ୍ରମା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ବାର୍ଷିକ ସାରସ୍ୱତ ସମାରୋହ

ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ବାର୍ଷିକ ସାରସ୍ୱତ ସମାରୋହ

18

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ବିନ୍ଧାବଜାର ସ୍ଥିତ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ୮ମ ବାର୍ଷିକ ସାରସ୍ୱତ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ତିହିଡି ଦୀନଦୟାଲ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପରିଷଦର ସଭାପତି ଶିକ୍ଷାବିତ ଶୀତଳ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାକୁ ବିଶିଷ୍ଟ ଶିକ୍ଷାବିତ ନିରଞ୍ଜନ ନାୟକ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କୀର୍ତ୍ତନ ନାରାୟଣ ଦାଶ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଶାସକ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ‘ଗୋଧୂଳି’ ପତ୍ରିକାର ସମ୍ପାଦିକା ବିମଳା ସିଂହ ଯୋଗଦେଇ ଭକ୍ତିବାଦର ସାହିତ୍ୟ ଧୀରେ ଧୀରେ ବିଲୁପ୍ତ ହୋଇ ଆଧୁନିକ ସାହିତ୍ୟରେ ସମାଜବାଦ ଅଭିମୁଖି ହେଉଛି ବୋଲି କହିଥିଲେ । ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ରଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ମଥୁରା ମୋହନ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । କବି ନୀଳମାଧବ ସେନାପତି ଅତିଥି ପରିଚୟ, କବି ଆଶୁତୋଷ କରଣ ମାନପତ୍ର ପାଠ ଓ କବି ମୁକୁନ୍ଦଦେବ ନାୟକ ଧନ୍ୟବାଦ ଦେଇଥିଲେ । ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ବେଦ ପାଠ କରିଥବା ବେଳେ କଣ୍ଠଶିଳ୍ପୀ ହେମନ୍ତ ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଏବଂ କୁନି କଣ୍ଠଶିଳ୍ପୀ ସତ୍ୟମୋହନ ବେହେରା ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । କବୀ ବିଶ୍ୱମୈତ୍ରୀ ନାୟକ, ନିତ୍ୟାନନ୍ଦ ନାୟକ, ପି. ହୃଷିକେଶ, ଗଙ୍ଗାଧର ଦତ୍ତ, କଳ୍ପତରୁ ସେଠୀ, ନିତ୍ୟାନନ୍ଦ ମଲ୍ଲିକ, ଅମୂଲ୍ୟ ସେନାପତି, ସୁଧାରଞ୍ଜନ ମହାନ୍ତି, କୈଳାସ ବେହେରା, ବିସ୍ମୟ ବିହାରୀ ସାହୁ, ନିରଂଜନ ବାରିକ, ସୁବାସ ଦାସ, ରଂଜୁଲତା ଗାହାଣ, ସୁବାସ ମହାନ୍ତି ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.