Home ଜିଲ୍ଲା ପରିକ୍ରମା ବାଂଶଡା ସେତୁରେ ଗଡିଲା ଗାଡି, ୧୦୦ ବର୍ଷର ଘାଟ ଡଙ୍ଗା ସେବା ବନ୍ଦ

ବାଂଶଡା ସେତୁରେ ଗଡିଲା ଗାଡି, ୧୦୦ ବର୍ଷର ଘାଟ ଡଙ୍ଗା ସେବା ବନ୍ଦ

38

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନ୍ତେଇ ନଦୀ ଉପରେ ବାଂଶଡା ଠାରେ ଏକ ସେତୁ ନିର୍ମାଣ ପାଇଁ ୧୪ ଥର ଟେଣ୍ଡର ହୋଇ ବିଫଳ ହୋଇଥିଲା । ଏପରିକି ନିର୍ମାଣଧୀନ ସେତୁ ଭୁଶୁଡି ପଡିଥିଲା । ଖାଲି ସେତିକି ନୁହେଁ, ଏହି ସେତୁ ନିର୍ମାଣ ଉପରେ ଅଂକୁଶ ଲଗାଇଥିଲେ ଜାତୀୟ ଜଳପଥ ପ୍ରାଧିକରଣ ସଂସ୍ଥା । ଶେଷରେ ଟର୍ଣ୍ଣ କି ପଦ୍ଧତିରେ ରାଜସ୍ଥାନ ଠିକାଦାର ୨୯ କୋଟି ଟଙ୍କାରେ ଏହି ୨୯ ବର୍ଷର ସ୍ୱପ୍ନକୁ ସାକାର କଲେ । ସେତୁ ନିର୍ମାଣ ଶେଷ ହେବା ପରେ ୨୦୨୩ ମଇ ମାସ ୨୨ ତାରିଖରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଲୋକଙ୍କ ଦାବିରେ ପାଦରେ ଚାଲିବାକୁ ଅନୁମତି ଦେଇଥିଲେ । ୨୦୨୩ ଜୁନ୍ ୧୨ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଧାମରାରୁ ଚାନ୍ଦବାଲି ଯାଏଁ ସ୍ଥଳପଥରେ କାର ଯୋଗେ ଆସି ଏହି ସେତୁ ଉପରେ ପାଦରେ ଚାଲିଚାଲି ଅତିକ୍ରମ କଲେ । ୩ ହଜାରରୁ ଅଧିକ ଲୋକ ତାଙ୍କୁ ସ୍ୱାଗତ କଲେ । ୨୯ ବର୍ଷ ତଳେ ବାଂଶଡାରେ ସେତୁ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା । ୯ କୋଟିରୁ ଆରମ୍ଭ ହୋଇ ଶେଷର ୨୯ କୋଟିରେ ପହଞ୍ôଚଥିଲା ଏହି ସେତୁର ମୂଲ୍ୟ । ଧାମରାରୁ ଚାନ୍ଦବାଲି ଯାଏ ରାସ୍ତା ନିର୍ମାଣ ଚାଲିଛି ।

ଧାମରା ବନ୍ଦର ରେଳପଥ କଡେ କଡେ ୭୧ କୋଟି ଟଙ୍କା ବିନିମୟରେ ଏକ ପିଚୁ ସଡକ ନିର୍ମାଣ ଶେଷ ଅବସ୍ଥାରେ ରହିଛି । ବାଂଶଡା ଘାଟରୁ ଚାନ୍ଦବାଲି ଯାଏ ରାସ୍ତା ପୂର୍ଣ୍ଣାଙ୍ଗ ପାଇଁ ୨୮ କୋଟି ଟଙ୍କା ବରାଦ ହୋଇଛି । ୧୪ ଥର ଟେଣ୍ଡର ବିଫଳ ହେବା ପରେ ଏପରିକି ୨୯ ବର୍ଷ ପରେ ଏହି ସେତୁ ଲୋକାର୍ପିତ ହୋଇଛି । କୁମ୍ଭାରିଆ ନଦୀରେ ଭୟଭୀତ ଅବସ୍ଥାରେ ଲୋକେ ୫୦ ବର୍ଷ ହେଲା ଘାଟ ଡଙ୍ଗାରେ ନଦୀ ପାର ହେଉଥିଲେ । ସେତୁ ପୂର୍ଣ୍ଣାଙ୍ଗ ପାଇଁ କଂଗ୍ରେସ ତରଫରୁ ଅନେକ ବାର ଆନ୍ଦୋଳନ କରାଯାଇଛି । ଜୁନ୍ ୧୨ ରେ ୫-ଟି ସଚିବ ଏହି ସେତୁ ଉପରେ ପହଞ୍ôଚବା ବେଳକୁ ଧାମରା, ଜାଗୁଳା, ବାଂଶଡା, ଛେଡାକ, ଯଶିପୁର, ନୂଆଗାଁ, ଇଚ୍ଛାପୁର, ନରସିଂହପୁର ଆଦି ଅଂଚଳରେ ହଜାର ହଜାର ଲୋକେ ସ୍ୱାଗତ କରିବାକୁ ଛିଡା ହୋଇଥିଲେ । ସେତୁ ଉପରେ ଫୁଲ ବର୍ଷା ହୋଇଥିଲା । ସ୍ୱାଧୀନତା ପାଇବା ଭଳି ଲୋକେ ଏହି ସେତୁ ଲୋକାର୍ପିତ ହେବା ବେଳେ ଅନୁଭବ କରିଥିଲେ । ୧୦୦ ବର୍ଷର ଦୁଃଖ ଲିଭିଯାଇଛି । ଏବେ ଖାଲି ଦିଗଚ୍ଛିଆରୁ ବାଂଶଡା ଏବଂ ବାଂଶଡାରୁ ଧାମରା ଯାଏ ରାସ୍ତା ପୂର୍ଣ୍ଣାଙ୍ଗ ହୋଇଗଲେ ରାଜପଥ ଭଳି ଗାଡି ରାଜଧାନରୀ ଧାମରା ଯାଏ ଗଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.