Home ଜିଲ୍ଲା ପରିକ୍ରମା ସାହିତ୍ୟ ସଂସଦର କବିତାପାଠ,କର୍ମଶାଳା ଓ ଆଲୋଚନା ଚକ୍ର

ସାହିତ୍ୟ ସଂସଦର କବିତାପାଠ,କର୍ମଶାଳା ଓ ଆଲୋଚନା ଚକ୍ର

14

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର କବିତାପାଠୋତ୍ସବ,କର୍ମଶାଳା ଓ ଆଲୋଚନାଚକ୍ର ବନ୍ତ ଶ୍ରୀବନ୍ତପୁର ସ୍ଥିତ ମା’ତାରିଣୀ ମନ୍ଦିର ପୀଠରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦର ଉପ-ସଭାପତି ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ପ୍ରେମ,ପ୍ରଣୟ ଓ ପ୍ରତାରଣା ଉପରେ ମତ ରଖି ପ୍ରେମ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର ଓଡ଼ିଆ ପ୍ରଗତିବାଦୀ ସାହିତ୍ୟ ଉପରେ ଆଲୋଚନା କରି ସାମ୍ୟବାଦୀ ସମାଜ ପ୍ରତିଷ୍ଠା ଦିଗରେ ପ୍ରଗତିବାଦୀ କବି ମାନଙ୍କ ଭୂମିକା ଉପରେ ମତ ରଖିଥଲେ । କବିତା ବିଚାରକ ତଥା ସମ୍ମୀକ୍ଷକ ଭାବେ ବିଶିଷ୍ଟ ଶିକ୍ଷାବିତ୍ତ୍ ଗଣେଷ ପ୍ରସାଦ କରଶର୍ମା,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ ଓ ସାଇଚେତନା ସାହିତ୍ୟ ସଂସଦର ସମ୍ପାଦକ ଚର୍ତୁଭୁଜ ପହି ଯୋଗଦେଇ ପଠୀତ କବିତା ଗୁଡ଼ିକର ମୁଲ୍ୟାୟନ କରିଥିଲେ । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ସଂଯୋଜକ ତଥା ସମ୍ପାଦକ ରମାକାନ୍ତ ଜେନା ସ୍ୱାଗତ ଭାଷଣ ରଖିଥିଲେ । ସାହିତ୍ୟିକ ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ କବି ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କବି ବାବାଜି ଚରଣ ଦଳେଇ,ମୁରଲୀଧର ବେହେରା,ଅନନ୍ତ ଚରଣ ମୁଦୁଲି,ଆଲୋକ ମୁଖାର୍ଜୀ,ସୁକାନ୍ତ ବେହେରା,କବୟିତ୍ରୀ ବନ୍ଦନା ରାଉତ,ଅମୁଲ୍ୟ କୁମାର ମିଶ୍ର,ଗୌରାଙ୍ଗ ଚରଣ ଖିଲାର,ସୁବୋଧ କୁମାର ସାହୁ,କିର୍ତ୍ତନ ଚରଣ ନାୟକ,ସଂଙ୍ଖାଳୀ ଚରଣ ରାଉଳ,ରବିନ୍ଦ୍ର ବିଶ୍ୱାଳ ସ୍ୱରଚିତ କବିତାପାଠ କରିଥିଲେ । କାର୍ଯ୍ୟକ୍ରମରେ ପୂଜକ ବୁଦ୍ଧିରାମ ଦାଶ,ମହେଶ୍ୱର ଜେନା,ଦମୋଦର ଜେନା,ଶ୍ରୀଧର ଜେନା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.