Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ନୂତନ ସାମାଜିକ ସଙ୍ଗଠନ ଉଦଘାଟିତ

ଭଣ୍ଡାରିପୋଖରୀରେ ନୂତନ ସାମାଜିକ ସଙ୍ଗଠନ ଉଦଘାଟିତ

18

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରସ୍ତରୀୟ ନୂତନ ସାମାମଜିକ ସଙ୍ଗଠନ ରବିବାର ଶାରଦା ବିଦ୍ୟାମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି । ଆଇନଜୀବି ସୁଧାଂଶୁ ନାୟକଙ୍କ ଆବାହକତ୍ୱରେ ଗଠିତ ଏହି ସଙ୍ଗଠନକୁ ଅବସରପ୍ରାପ୍ତ ଜିଳ୍ଲାପାଳ ରମେଶ ଚନ୍ଦ୍ର ରାଉତ ଉଦଘାଟନ କରି ଏହି ନବଗଠିତ ସାମାମଜିକ ସଙ୍ଗଠନ ଜନଜୀବନର ସମସ୍ୟା ସମାଧାନ ସହ ପରିବେଶ ସୁରକ୍ଷା ପାଇଁ ବିଶେଷ ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଶ୍ରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ବୈଠକରେ ସଙ୍ଗଠନର ରୂପରେଖ, ନାମକରଣ, ଉପବିଧି ପ୍ରସ୍ତୁତି ଓ ପଞ୍ଜିକରଣ ପାଇଁ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହି ଅବସରରେ ଶ୍ରୀ ରାୁତ ଓ ବୈଠକରେ ଅଂଶଗ୍ରହଣ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ କୁମାର ସେନାପତି ବୃକ୍ଷରୋପଣ କରିଥିଲେ । ଏହି ବୈଠକରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରଶାନ୍ତ ନାୟକ, ବି.ଏମ.ସି ପୂର୍ବତନ କର୍ପୋରେଟର ପ୍ରଦ୍ୟୁମ୍ନ କୁମାର ଜେନା, ରତ୍ନକାର ଦାସ, ଅବସରପ୍ରାପ୍ତ ଶିକ୍ଷାପ୍ରଶାସକ ପୁରୁଷୋତ୍ତମ ଧଳ, ସନ୍ତୋଷ କୁମାର ସାହୁ, ହରିଶ୍ଚନ୍ଦ୍ର ଜେନା, ଶାରଦା ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ପ୍ରଭାକର ପାତ୍ର, ଚକ୍ରଧର ରାଉତ, ଶ୍ରୀକାନ୍ତ ପାତ୍ର, ଭାଗ୍ୟଶ୍ରୀ ସାମଲ, ଶଙ୍କର୍ଷଣ ସାହୁ, ପରମେଶ୍ୱର ନାୟକ, କୈଳାସ ଦାସ, ଜଗନ୍ନାଥ ବେହେରା, ପବନ କୁମାର ନାୟକ, ଘନଶ୍ୟାମ ସ୍ୱାଇଁ, ଅନାଦି ଚରଣ ସାହୁ, ପ୍ରକାଶ ମହାପାତ୍ର, ରାଜେଶ ବିଶ୍ୱାଳ, ରମେଶ ନାୟକ, ବ୍ୟାଙ୍କ ମିତ୍ର ସୁଜାତା ଜେନା, ସ୍ନେହଲତା ପହି, ସୁଚିସ୍ମୀତା ପାତ୍ର, ମାମିନା ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.