Home ଜିଲ୍ଲା ପରିକ୍ରମା ସାହିତ୍ୟ ବିନା ସମାଜ ତିଷ୍ଠିବା ଅସମ୍ଭବ

ସାହିତ୍ୟ ବିନା ସମାଜ ତିଷ୍ଠିବା ଅସମ୍ଭବ

171

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ପରିସ୍ଥିତିରେ ସମାଜ ଏବେ ଅବକ୍ଷୟ ମୁଖି । ଏବେ ଇଣ୍ଟର ନେଟ୍ ଯୁଗରେ ଯୁବ ସମାଜ ଏବେ ମୋବାଇଲ୍‌କୁ ପାଥେୟ କରୁଥିବାବେଳେ ସାହିତ୍ୟ ପ୍ରତି ବିମୁଖ ହେଉଛନ୍ତି । କିନ୍ତୁ ସାହିତ୍ୟ ବିନା ସମାଜ ତିଷ୍ଠିବା ଅସମ୍ଭବବୋଲି ଆଜି ଧାମନଗର କାନ୍ତସାହିତ୍ୟ ପରିଷଦର ୫୬ତମ ବାର୍ଷିକ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଧାମନଗର ସ୍ଥିତ ଅବଦୁଲ କାଲାମ ପାଠାଗାରରେ କାନ୍ତସାହିତ୍ୟ ପରିଷଦ ପକ୍ଷରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜନ୍ମଜୟନ୍ତୀ ଓ ପରିଷଦର ୫୬ତମ ବାର୍ଷିକ ଉତ୍ସବରେ ସଭାପତି ରସାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ ଧାମନଗର ତହସିଲଦାର କ୍ଷୀରୋଦଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟବକ୍ତାଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ. ରାମଚନ୍ଦ୍ର ପଣ୍ଡା ଯୋଗଦେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଜ ଓ ସାହିତ୍ୟ ପ୍ରତି ଯେଉଁ ଅତୁଳନୀୟ ଅବଦାନ ତାହା ଚୀର ସ୍ମରଣୀୟ ହୋଇ ରହିବବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ପରିଷଦର ସାଧାରଣ ସମ୍ପାଦକ ଶଚୀକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ହେମେନ୍ଦ୍ର ନାଥ ମହାନ୍ତି ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ସଭ୍ୟଭାବେ କବି ପର୍ଶୁରାମ ପଣ୍ଡା, ସାମ୍ବାଦିକ ସୁଧାକର ଦାଶ, ଆଇନ୍‌ଜୀବୀ ରମେଶଚନ୍ଦ୍ର ବେହେରା, ସମାଜସେବୀ ସୁଶାନ୍ତ କୁମାର ରାଉତ ଓ ମାନସ ସାହୁଙ୍କୁ ନୂତନ ସଭ୍ୟଭାବେ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନନ୍ତଭୁଷଣ ମିଶ୍ର, ସୁମତୀ ନାୟକ, ନିରାକାର ରାଉତ, ଅଭିମନ୍ୟୁ ମଲ୍ଳିକ, ମହେଶ୍ୱର ସ୍ୱାଇଁ, ନିରାକାର ଧଳ, ପ୍ରହଲ୍ଳାଦ ବେହେରା, ସରୋଜ କୁମାର ସେଠୀ, କୃଷ୍ଣଚନ୍ଦ୍ର ଜେନା, ସେକ୍ ଜାଫର ଅଲ୍ଳୀ, ସନ୍ତୋଷ ମହାପାତ୍ର, ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ କାନ୍ତକବିଙ୍କ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ କାନ୍ତସାହିତ୍ୟ ପରିଷଦର ସହସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.